କୋର୍ଟ ପେଟା ଛକରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ
ବ୍ରହ୍ମପୁର,୦୬ ନଭେମ୍ବର: ରାଜ୍ୟ ବିଜେଡ଼ି ସରକାରଙ୍କ କୃଷକ ବିରୋଧୀ ମନୋଭାବର ପ୍ରତିବାଦରେ ସୋମବାର (୬ ତାରିଖ) ଦିନ ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର କୋର୍ଟ ପେଟା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ବବିତା ପାତ୍ର ଏହାର ନେତୃତ୍ୱ ନେଇଥିଲେ । ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଗଞ୍ଜାମ ଜିଲ୍ଲାରେ ଚାଷି ଆତ୍ମହତ୍ୟା ରୋକିବାରେ ସରକାର ବିଫଳ ହୋଇ ଥିବାରୁ ତୀବ୍ର ସମାଲୋଚନା କରିଥିଲେ । ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା, ଏସ. ରାଣୀ, ସୁଜାତା ବିଶୋୟୀ, ସଂଯୁକ୍ତା ପାଣିଗ୍ରାହୀ, ସବିତା ନାୟକ, ଅନୁରାଧା, ମିନାକ୍ଷୀ ପାଣିଗ୍ରାହୀ, ସୁନିତା ପାତ୍ର, ପୁଷ୍ପାଂଜଳୀ ସେଠୀଂକ ସମେତ ବହୁ କାର୍ଯ୍ୟକର୍ତା ଏଥିରେ ଭାଗ ନେଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS