ଆସିକା କରଂଜେଇ ମନ୍ଦିର ନିକଟରେ ବସ୍ ରେ ପଶି ଗୁଳି ଫୁଟାଇ ଜଣେ ବସ୍ ମାଲିକଙ୍କୁ ହତ୍ୟା !
ଗୋବରା (ଗାଂଗପୁର),୦୭ ନଭେମ୍ବର: ୬ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ନିକଟ କରଂଜେଇ ମନ୍ଦିର ପାଖରେ ଭଂଜନଗରରୁ ବ୍ରହ୍ମପୁର ଯାଉଥିବା ‘ଅକବରୀ ତୁଫାନ’ ବସ୍ ରେ ଗୁଳି ଫୁଟାଇ ଜଣକୁ ହତ୍ୟା କରାଯାଇ ଥିବା ଖବର ମିଳିଛି । ପାକଲାପଲ୍ଲୀର ରାଧାକୃଷ୍ଣ ବସ୍ ମାଲିକ ପ୍ରତାପ ପଲାଇଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଂଚି ତନାଘନା ତଦନ୍ତ ଚଳାଇଛନ୍ତି । ଏହି ଗୁଳିକାଣ୍ଡ ସହ ମଦ ମାଫିଆଙ୍କ ସଂପୃକ୍ତି ଥିବା ସନେ୍ଦହ କରି ବେଲଗୁଣ୍ଠା ଫାଣ୍ଡି ଅଧିନରେ ପୁଲିସର ଚଢାଉ ଚାଲିଛି । ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ ହୋଇଥିବା ସୂଚନା ମିଳିଛି । ପୁଲିସ ଦୁଇ ଭାଇଙ୍କୁ ଗିରଫ କରିଛନ୍ତି । ଦୁଇଟି ମାମଲା ରୁଜୁ ହୋଇଛି । ଯାତ୍ରୀବାହୀ ବସ୍ ଭିତରେ ପଶି ଗୁଳି କରି ଜଣକୁ ହତ୍ୟା କରାଯିବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS