ବାଲିଗୁଡ଼ା ନିକଟରେ ବସ୍ ଓଲଟି ଜଣକର ମୃତ୍ୟୁ, ୩୨ ଆହତ
ବାଲିଗୁଡ଼ାରୁ ସତ୍ୟ ନାରାୟଣ ପାଢୀଙ୍କ ରିପୋର୍ଟ: ୭ ତାରିଖ (ମଙ୍ଗଳବାର) ସକାଳେ ଓଡ଼ିଶାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟରେ ବସ୍ ଓଲଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୫ ଜଣଙ୍କୁ ଫୁଲବାଣି ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲକୁ ପଠା ଯାଇଥିବା ଖବର ମିଳିଛି । ‘ଲଳିତା’ ନାମକ ଏକ ଯାତ୍ରୀବାହୀ ବସ୍ ବାଲିଗୁଡ଼ା ନିକଟସ୍ଥ ଦଳବାଲିଘାଟଠାରେ ଓଲଟି ପଡ଼ିଛି । ମୃତ ବ୍ୟକ୍ତିଙ୍କ ନାମ ଗିନିଗିନା ବଳିଆରସିଂହ । ସକାଳ ସାଢେ ଆଠଟାରୁ ୯ଟା ମଧ୍ୟରେ ଏହି ଦୁର୍ଘଟଣା ଘଟି ଥିବା ଜଣାପଡିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS