ଗଞ୍ଜାମ ଓକିଲ ସଂଘର ସାଧାରଣ ପରିଷଦ ବୈଠକ
ବ୍ରହ୍ମପୁର,୧୫ ନଭେମ୍ବର: ଗଞ୍ଜାମ ଓକିଲ ସଂଘର ସାଧାରଣ ପରିଷଦ ବୈଠକ ମଙ୍ଗଳବାର ଦିନ ଏଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘ ସଭାପତି ପି. ନରସିଂହ ପାତ୍ର ସଭାପତିତ୍ୱ କରିଥିଲେ । ଆସନ୍ତା ଡ଼ିସେମ୍ବର ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୬ ତମ ସମ୍ମିଳନୀ ବ୍ରହ୍ମପୁର ଠାରେ ଗଞ୍ଜାମ ଓକିଲ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁର୍ ବ୍ୟାପକ ପ୍ରସ୍ତୁତି କରାଯିବା ସହ କେନ୍ଦ୍ରୀୟ ପରିଚାଳନା କମିଟି ଗଠନ କରାଯାଇଛି । ୧୧ ଜଣିଆ କମିଟିରେ ଗଞ୍ଜାମ ବାର୍ ଆସୋସିଏସନର ପୁରୁଖା ଆଇନଜୀବୀ ଡ଼. ସଚ୍ଚିଦାନନ୍ଦ ରଥ, ରବି ପାଣିଗ୍ରାହୀ,ପାଲେସି ନରସିଂହ ପାତ୍ର, ବିଷ୍ଣୁ ମୋହନ, ଦୀପକ ପଟ୍ଟନାୟକ, ମୋହନ ସିଂଗାରୀ, କପିଳ ପଟ୍ଟନାୟକ, ନିର୍ମଳ ସାହୁ, ପ୍ରଦୀପ ପଣ୍ଡା, ନାରାୟଣ ପଣ୍ଡା ଓ ପୀତବାସ ପଣ୍ଡାଙ୍କୁ ମନୋନୀତ କରାଯାଇଛି । ସମଗ୍ର ଓଡ଼ିଶାର ୧୬୭ ଓକିଲ ସଂଘର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବା ସହ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ରାଜ୍ୟ ସଂଘ ପ୍ରତିନିଧି ଓ କେନ୍ଦ୍ରସ୍ତର ନେତୃ ମଣ୍ଡଳୀଙ୍କୁ ଅତିଥି ଭାବେ ଡ଼କାଯିବ । ଏଥି ପାଇଁ ଏକ ସ୍ମରଣିକା ମଧ୍ୟ ପ୍ରକାଶ ପାଇବ । ପୁରୁଖା ଓକିଲଙ୍କ ନେତୃତ୍ୱରେ ବିଭିନ୍ନ କମିଟି ଗଠନ କରାଯାଇ ସମ୍ମିଳନୀକୁ ସଫଳ କରିବା ସକାଶେ ଗଞ୍ଜାମ ଓକିଲ ସଂଘ ଆହ୍ୱାନ ଦେଇଛି । ବ୍ୟକ୍ତିଗତ ଚାନ୍ଦା ଆଦାୟକୁ ସଂପୂର୍ଣ୍ଣ ବନ୍ଦ କରାଯାଇ ଥିବା ସଂଘ ସୂତ୍ରରୁ ପ୍ରକାଶ । ଏପରିକି, ସମ୍ମିଳନୀର ସମସ୍ତ କାର୍ଯ୍ୟ କେନ୍ଦ୍ରୀୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯିବା ପାଇଁ ସ୍ଥିର ହୋଇଥିବା ଗଞ୍ଜାମ ଓକିଲ ସଂଘ ସଂପାଦକ ପୀତବାସ ପଣ୍ଡା ସୂଚନା ଦେଇଛନ୍ତି । ମଙ୍ଗଳବାର ଆଲୋଚନାରେ ଆଇନଜୀବୀ ପ୍ରଦୀପ ବେହେରା, ନିରଂଜନ ନାୟକ, ବଂଶୀଧର ପାଳ, ସୁବାସ ପାତ୍ର, ଶ୍ରୀକାନ୍ତ ମହାପାତ୍ର, ରଘୁନାଥ ପାଣିଗ୍ରାହୀ, ବରୁଣ ଗୌଡ, ହିରକ ରଥ, ପ୍ରଦୀପ ପଟ୍ଟନାୟକ, କିଶୋର ବିଷୋୟୀ, ତ୍ରିମୁଲ କୁମାର ରେଡ୍ଡୀ, ଶ୍ରୀକାନ୍ତ ପଟ୍ଟନାୟକ, ଅକ୍ଷୟ ପଟ୍ଟନାୟକ, ଜ୍ୟୋତି ଛୋଟରାୟ, କୈଳାଶ ପାଣିଗ୍ରାହୀ. ନୟନ ମହାପାତ୍ର, କରୁଣାକର ପାଣିଗ୍ରାହୀ, ରାମ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘ ଉପ ସଭାପତି ମିନତୀ ରଥ ଓ ସହ ସଂପାଦକ ମଦନ ମୋହନ ପାତ୍ର ଉପସ୍ଥିତ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS