କମ୍ୟୁନିଟି ୱେଲଫେୟାର ସୋସାଇଟି ପକ୍ଷରୁ ଶିଶୁ ଦିବସ ପାଳିତ
ରାଉରକେଲା,୧୫ ନଭେମ୍ବର: ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା କମୃୁନିଟି ୱେଲଫେୟାର ସୋସାଇଟି ( ସିଡ଼ବ୍ଲୁଏସ୍)ର ବିଭିନ୍ନ କେନ୍ଦ୍ରରେ ମଙ୍ଗଳବାର ଦିନ ଧୁମ୍ଧାମରେ ଶିଶୁ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଶୀତଳପଡାରେ ପାନପୋଷ ବ୍ୟାଙ୍କ୍ ଅଫ୍ ବରୋଦାର ଶାଖା ପରିଚାଳକ ବିରୁପାକ୍ଷ ମହାନ୍ତି ଅତିଥି ଭାବ ଯୋଗ ଦେଇଥିବା ବେଳେ ଗୋପବନ୍ଧୁପାଲ୍ଲୀ ଠାରେ ଶିଶୁ ସୁରକ୍ଷା ସେଲ୍ର ସଦସ୍ୟ ପ୍ରଦୀପ କୁମାର ମିଶ୍ର, ସେକ୍ଟର -୬ରେ ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲଳିତା ନାୟକ ସମ୍ମାନୀତ ଅତିଥି, ସେକ୍ଟର-୨ରେ ଗୌରାଙ୍ଗ ପାହାଡି ମୁଖ୍ୟ ଅତିଥି ଓ ବିଧାୟକ ପ୍ରତିନିଧି ରମାକାନ୍ତ ରଥ, ଡ଼ିଭାଇନ ଲାଇଫ୍ ସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ମଲ୍ଲିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଭାବେ ଯୋଗ ଦେଇଥିଲେ । ସିଷ୍ଟର ନୀଲକମଲ ଶୀତଳପଡା, ସିଷ୍ଟର ପ୍ରମିଳା ଗୋପବନ୍ଧୁପାଲ୍ଲୀ, ସିଷ୍ଟର କୁସୁମ ସେକ୍ଟର-୨ ଓ ବ୍ରଦର ଅଜିସ ସେକ୍ଟର-୬ରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ରୀଡ଼ା, ଚିତ୍ରକଳା, ସଂଗୀତ, ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବକ୍ତା ସିଡ଼ବ୍ଲୁଏସ୍ ର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ରାଉରକେଲା ବସ୍ତିମାନଙ୍କରେ ଥିବା ଗରିବ ପିଲାଙ୍କ ବୌଦ୍ଧିକ ବିକାଶ ଲାଗି ସିଡ଼ବ୍ଲୁଏସ୍ ଏଭଳି କାର୍ଯ୍ୟ କରୁଥିବା ବାସ୍ତବରେ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ । ଏନିମେଟର ରାଧା, ଉମା, ସୁନିତା, ରୀନା, ବନିତା, ଉର୍ମିଳା, ସବିତା, ମଧୁସ୍ମିତା, ସୌଭାଗିନୀ, ସରିତା, ଜେବା ଖାତୁନ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରୋଗ୍ରାମ କୋର୍ଡିନେଟର ଶିବ ପ୍ରସାଦ ଦାସ ଓ ପ୍ରଫୁଲ୍ଲ ଲାକ୍ରା ଏହାର ତଦାରଖ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS