ବ୍ୟାଙ୍କ୍ ଅଫ୍ ଇଂଡ଼ିଆରୁ ଲକ୍ଷାଧିକ ଟଙ୍କାର ଇ-ଠକେଇ, ହିଂଜିଳିରୁ ଗିରଫ ଦିବାକର ନିକଟରୁ ନଗଦ ୧୦.୩୫ ଲକ୍ଷ ଟଙ୍କା, ୪ ଭରି ସୁନା ଜବତ
‘ମୋଅନୁଭବ’ ପାଇଁ ସ୍ମିତାଲି ସ୍ମୃତି ସ୍ନିଗ୍ଧାଙ୍କ ରିପୋର୍ଟ (ନଭେମ୍ବର, ୧୬): ଲକ୍ଷାଧିକ ଟଙ୍କାର ବ୍ୟାଙ୍କ୍ ଠକେଇ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ହିଂଜିଳିକାଟୁ ପୁଲିସ ଦିବାକର ନାୟକ (୩୫) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ନଗଦ ପ୍ରାୟ ୧୦ ଲକ୍ଷ ୩୫ ହଜାର ଟଙ୍କା, ଚାରି ଭରି ସୁନା ଓ ଦୁଇଟି ସାମସଙ୍ଗ୍ ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ପାସ୍ବୁକ୍ ଜବତ କରିଛି । ଦିବାକରର ଘର ହିଂଜିଳିକାଟୁ ଚଇଁବଣିଆ ଗାୟତ୍ରୀ ନଗର ଦ୍ୱିତୀୟ ଲାଇନରେ । ଦିବାକର ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ୟାଙ୍କ ଅଫ୍ ଇଂଡ଼ିଆ ଶାଖାରୁ ୨୫ ଲକ୍ଷ ୨୦ ହଜାର ଟଙ୍କା ଠକେଇ କରିଥିବା ବେଳେ ସମଗ୍ର ଦେଶରେ ଏହି ବ୍ୟାଙ୍କର ସର୍ଭର କୋଡ୍ ହ୍ୟାକିଂ କରି ୮୧ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା କଥା ପଦାକୁ ଆସିଛି । ସେଥିରୁ କେବଳ ଓଡ଼ିଶା ଜୋନରେ ୮୧ ଲକ୍ଷ ଟଙ୍କା ଠକେଇ ହୋଇଛି । ଦିବାକର ନିକଟରୁ ପରିବାର ସଦସ୍ୟ ଓ ନିଜ ନାମରେ ଥିବା ୨ଟି ବ୍ୟାଙ୍କ ଅଫ୍ ଇଂଡ଼ିଆ ଓ ଦୁଇଟି ଆଇସିଆଇସିଆଇ ବ୍ୟାଙ୍କ ପାସ୍ବୁକ୍ ଜବତ କରାଯାଇଛି । ସେ ପେଟିଏମ୍ ଓ ଅନ୍ୟ ଇ-ବ୍ୟାଙ୍କିଂ ମାଧ୍ୟମରେ ଭିନ୍ନ ଭିନ୍ନ ସିଭିବି ନମ୍ବର ଦେଇ କରବାର କରି ଥିଲା । ପେଟିଏମ୍ ମାଧ୍ୟମରେ ବ୍ୟାଙ୍କ ଆକାଉଂଟକୁ ସେ ୨୫ ଲକ୍ଷ ୨୦ ହଜାର ଟଙ୍କାର ବେଆଇନ କାରବାର କରିଥିବା ପ୍ରକାଶ । ଏହା ଜାଣିବା ପରେ ହିଂଜିଳିକାଟୁ ବ୍ୟାଙ୍କ୍ ଅଫ ଇଂଡ଼ିଆର ଶାଖା ପରିଚାଳକ ଶିବ ପ୍ରସାଦ ବିଶୋୟୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହାର ତଦନ୍ତ କରି ଦିବାକରକୁ ଗିରଫ କରିବା ସହ ତାଙ୍କ ନିକଟରୁ ଅନ୍ୟ ଦୁଇଟି ବ୍ୟାଙ୍କ୍ର ପାସ୍ବୁକ୍ ଜବତ କରିଛି । ଦିବାକର ବ୍ୟାଙ୍କ ଅଫ୍ ଇଂଡ଼ିଆ ଆକାଉଂଟରୁ ବେଆଇନ ଭାବେ ପେଟିଏମ୍ ୱଟ୍ଲଟ୍ ମାଧ୍ୟମରେ ୨୫୨ ଥରରେ ୨୫ ଲକ୍ଷ ୨୦ ହଜାର ଟଙ୍କା ଠକେଇ କରିଥିଲା । ସେ ଆଇସିଆଇସିଆଇ ବ୍ୟାଙ୍କ୍ରେ ଦୁଇଟି ଆକାଉଂଟ ଖୋଲି ସେହି ଟଙ୍କାକୁ ଟ୍ରାନ୍ସଫର କରି ଦେଇଥିବା ପ୍ରକାଶ । ପୁଲିସ ଦିବାକରକୁ ଆଇପିସିର ଦଫା ୪୨୦ ଓ ଆଇଟି ଆଇନର ୬୬-ଘ ଧାରା ୧୫ ତାରିଖ କୋର୍ଟ ଚାଲାଣ କରିଛି । ଅଧିକ ବ୍ୟାଙ୍କରେ ଏଭଳି ଠକେଇ ହୋଇଥିବା ଆଶଙ୍କା ଥିବାରୁ ପୁଲିସ ଦିବାକରକୁ ରିମାଂଡରେ ଆଣିବାକୁ ଆବେଦନ କରିଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS