ଗୌର ବିହାର ଆଶ୍ରମରେ ବ୍ୟଂଜନ ଦ୍ୱାଦଶୀ, ୬୧୫ ପ୍ରକାର ବ୍ୟଂଜନ ଶ୍ରୀକୃଷ୍ଣ ନିକଟରେ ଲାଗି ହେଲା
ପୁରୀରୁ ସ୍ମିତାଲି ସ୍ମୃତି ସ୍ନିଗ୍ଧା,୧ ଡ଼ିସେମ୍ବର: ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ଆନନ୍ଦ ବଜାର ଅଭଢା ବ୍ୟତୀତ ଆଉ କିଛି ବ୍ୟଂଜନର ମଧ୍ୟ ବିଶେଷ ମହତ୍ୱ ରହିଛି । ମାର୍ଗଶୀର ମାସ ଶୁକ୍ଲଦ୍ୱାଦଶୀ ବ୍ୟଂଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ ନାମରେ ପରିଚିତ । ଏହି ତିଥି ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରଦ୍ଧାଳୁମାନଙ୍କ ଏକ ପ୍ରମୁଖ ପର୍ବ । ଏହି ଦିନ ମା’ ଯଶୋଦା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରି ଖୁଆଇ ଥିବାର କିମ୍ବଦନ୍ତୀ ରହିଛି । ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ଏହି ଦିନଟିକୁ ପାଳନ କରିଥା’ନ୍ତି ।
ଏହି ପୂଣ୍ୟ ତିଥି ପାଳନ ପାଇଁ ପୁରୀ ସିପସରୁବାଲି ସ୍ଥିତ ବଳିଆପଣ୍ଡା ଗୌର ବିହାର ଆଶ୍ରମରେ ୬୧୫ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରାଯାଇ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରାଯାଇଥାଏ । ୩୦ରୁ ଅଧିକ ଆଶ୍ରମବାସୀ ବ୍ୟଂଜନ ପ୍ରସ୍ତୁତ କରିଥା’ନ୍ତି । ଏହି ବ୍ୟଂଜନ ମଧ୍ୟରେ ବିଭିନ୍ନ ପ୍ରକାର ଅନ୍ନ, ଡାଲି, ପ୍ରାୟ ୧୦୦ ପ୍ରକାର ତରକାରୀ, ୫୦ ପ୍ରକାର ଭଜା ଓ ୧୦୦ରୁ ଉଦ୍ଧ୍ୱର୍ ପିଠାପଣା ଥାଏ । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଂଟନ କରାଯାଏ । ଏତେ ପ୍ରକାର ବ୍ୟଂଜନ ପରଶିବା ପାଇଁ ଖଲିପତ୍ରକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇ ଥାଏ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS