ସିଡ଼ବ୍ଲୁଏସ୍ ପକ୍ଷରୁ ପାନପୋଷରେ ମାନବ ଅଧିକାର ଦିବସ ପାଳିତ
ରାଉରକେଲା, ୧୧ ଡ଼ିସେମ୍ବର (ମୋଅନୁଭବ ମିଡ଼ିଆ): ପାନପୋଷ ତାଲୁକା ଆଇନ ସହାୟତା ସେଲ୍ ତରଫରୁ ୧୦ ତାରିଖ ଦିନ ଗୋପବନ୍ଧୁପାଲ୍ଲୀ ସ୍ଥିତ କମ୍ୟୁନିଟି ୱେଲଫେୟାର ସୋସାଇଟି କେନ୍ଦ୍ର ଠାରେ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସିଡ଼ବ୍ଲୁଏସ୍ର ଅନିମେଟର ସୁନିତା, ଉମା ଦିଦି ଅତିଥିମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିବା ବେଳେ ସଂଯୋଜକ ଶିବ ପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀନିବାସ ପ୍ରତିହାରୀ ସଭାପତିତ୍ୱ କରିଥିଲେ । ଆଲୋଚନାଚକ୍ରରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରବିନ୍ଦ୍ର କୁମାର ଦାଶ, ଅତିରିକ୍ତ ବିଚାରପତି ନିରଂଜନ ଜେନା, ସରକାରୀ ଓକିଲ ସୁଦାମ ଦାସ ପ୍ରମୁଖ ଭାଗ ନେଇ ମାନବିକ ଅଧିକାର ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ସମସ୍ତ ନାଗରିକ ଏଥିପ୍ରତି ସଚେତନ ହେବା ସହ ନିଜ ହକ୍ ଲାଗି ଲଢେଇ କରିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଗରୀବ ନାଗରିକଙ୍କ ପାଇଁ ତାଲୁକା ଆଇନ ସହାୟତା କମିଟି ସମସ୍ତ ପ୍ରକାର ମାଗଣା ସହାୟତା ଯୋଗାଇ ଦେବ ବୋଲି ସମସ୍ତ ଆଲୋଚକ ସୂଚନା ଦେଇଥିଲେ ।ଏହି ଅବସରରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟମାନେ ଆଇନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇନ୍ଦିରାନଗର, ଗୋପବନ୍ଧୁପାଲ୍ଲୀ, ଆନନ୍ଦମାର୍ଗ, ରାଗିଣୀ ବସ୍ତିର ବହୁ ଜନସାଧାରଣଙ୍କ ସମେତ ଛଟମା, ବୈଷ୍ଣବି, ଶାନ୍ତି, ଏକତା ସ୍ୱୟଂସାହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ସହାୟିକା ସ୍ୱାତୀ ସୁଆର, ସମାଜସେବୀ ମନୋରମା ନନ୍ଦୀ ଓ ସିଡ଼ବ୍ଲୁଏସ୍ ର କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ଗୋପବନ୍ଧୁପାଲ୍ଲୀ ସେଂଟର ଇନ୍ଚାର୍ଜ ସିଷ୍ଟର ପ୍ରମିଳା ସମସ୍ତ ଅତିଥି ଓ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS