ତାଲୁକା ସ୍ତରୀୟ ଆଇନ ସାକ୍ଷରତା ଦିବସ


ରାଉରକେଲା, ୧୧ ଡ଼ିସେମ୍ବର (ମୋଅନୁଭବ ମିଡ଼ିଆ): ତାଲୁକାସ୍ତରୀୟ ଆଇନ ସଚେତନତା ଶିବିର ସ୍ଥାନୀୟ ଶୀତଳାପଡା ବସ୍ତି ଅନ୍ତର୍ଗତ ସିଡ଼ବ୍ଲୁଏସ୍ ସେଂଟରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ପ୍ରଥମେ ସେଂଟର ଉନ୍ଚାର୍ଜ ସିଷ୍ଟର ନୀଲକମଲ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ । ସଂସ୍ଥାର କାର୍ଯ୍ୟକ୍ରମ ସଂଯୋଜକ ଶିବ ପ୍ରସାଦ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ରାଉରକେଲା ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ଏସ୍. ପ୍ରତିହାରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ ସଚେତନତା କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଏବଂ ଏହି କମିଟି ଦ୍ୱାରା ସାଧାରଣ ଗରୀବ ପରିବାରର ଲୋକମାନେ କିପରି ବିନା ଅର୍ଥରେ ଆଇନ ସହାୟତା ପାଇ ପାରିବ ତାହା ଉପରେ ଆଲୋଚନା କରିଥିଲେ । ସମସ୍ତ ବସ୍ତି ବାସିନ୍ଦା ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ବିଚାରପତି ଏନ. ଜେନା ଓ ଶ୍ରୀମତୀ ଏସ୍. ଏସ୍. ମିଶ୍ର (ଗ୍ରାମାଂଚଳ) ରାସନ କାର୍ଡ, ପାରିବାରିକ ହିଂସା ଭଳି ସରକାରୀ ଓ ସାମାଜିକ ସମସ୍ୟାର ଉପଚାର ପାଇଁ ଏହି ସେଲ୍ ମାଧ୍ୟମରେ ତ୍ୱରିତ ନ୍ୟାୟ ପ୍ରଦାନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଡ଼ବ୍ଲୁ ଏସ୍ ର ପାଂଚଟି ସ୍ୱୟଂ ସହାୟକ ଦଳ ସହ ଶୀତଳପଡା ବସ୍ତିର ବହୁ ଯୁବକ ଓ ଜନସାଧାରଣ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ, ରାଉରକେଲା କୋର୍ଟର ଆଇନ ସହାୟକ ସ୍ୱାତୀ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆନିମେଟର ରାଧା ଭୂୟାଁ, ଦୀପା ସେଠୀ, ଫୁଲମନୀ ସୁଂଡି ଓ ଶୀତଳପଡା ୟୁଥ୍ କମିଟିର ଯୁବକମାନେ ସହଯୋଗ କରିଥିଲେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS