ସାପ୍ତାହିକ ‘ବିବିଧ ସମ୍ବାଦ’ର ବାର୍ଷିକ ଉତ୍ସବ
ବ୍ରହ୍ମପୁର, ୧୧ ଡ଼ିସେମ୍ବର (ମୋଅନୁଭବ ମିଡ଼ିଆ): ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ସାପ୍ତାହିକ ପତ୍ରିକା ‘ବିବିଧ ସମ୍ବାଦ’ ଅଷ୍ଟମ ବର୍ଷ ପୂରଣ କରି ନବମ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ସ୍ଥାନୀୟ ଜାତୀୟ ସଂଗୀତ କଳା କେନ୍ଦ୍ର ରଂଗମଂଚରେ ସ୍ୱନକ୍ଷତ୍ର ଦିବସ ପାଳନ ହୋଇଥିଲା । ଗଞ୍ଜାମ ଜିଲ୍ଲା ବାର୍ ଆସୋସିଏସନ୍ ସଭାପତି ପି. ନରସିଂହ ପାତ୍ର ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ଭାଜପା ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଗବେଷକ ଅଲେଖ ଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା, ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି, ଗଞ୍ଜାମ ବାର୍ ଆସୋସିଏସନ୍ ସାଧାରଣ ସଂପାଦକ ପୀତବାସ ପଣ୍ଡା ଏବଂ ମଂଚ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ସ୍ୱୀକୃତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ‘ବିବିଧ ସମ୍ବାଦ’ର ସଂପାଦକ ଗୌରାଙ୍ଗ ଚୌଧୁରୀ ସଂପାଦକୀୟ ପାଠ କରିଥିବା ବେଳେ ନଗରର ବରିଷ୍ଠ ଆଇନଜୀବୀ ତଥା ଉପଦେଷ୍ଟା ପ୍ରଫୁଲ୍ଲ ଜଗନ୍ନାଥ ପାଢୀ ସଭାପତିତ୍ୱ କରିଥିଲେ । ଗତ ନଭେମ୍ବର ୧୬ ତାରିଖରେ ଅନୁଷ୍ଠିତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରା ଯାଇ ଥିଲା । କୁଇଜ୍, ପ୍ରବନ୍ଧ , ବକ୍ରୃତା ପ୍ରତିଯୋଗୀତାରେ ନିଜର ପ୍ରତିଭା ଦେଖାଇ ଥିବା ପ୍ରାୟ ୧୭ ଜଣ ପୁରସ୍କୃତ ହୋଇ ଥିଲେ । ଏସ୍ଏଭି ପବ୍ଲିକ ସ୍କୁଲ, ମାଇଣ୍ଡ୍ ପାୱାର ଡ଼୍ୟାନ୍ସ ଇନଷ୍ଟିଚ୍ୟୁଟ୍ ତଥା ଅନେକ ନବାଗତ କଳାକାର ସେମାନଙ୍କ ନୃତ୍ୟ, ସଙ୍ଗୀତ ପରିବେଷର କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ସନତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳ ଗଣେଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS