ମହାନଦୀ ଟି୍ବ୍ୟୁନାଲ ଗଠନ ପାଇଁ ପୁଣିଥରେ ମୋଦୀଙ୍କୁ ଚିଠି ଲେଖିିଲେ ନବୀନ
ଭୁବନେଶ୍ୱର, ୧୩ ଡ଼ିସେମ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପୁଣି ଥରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଛତିଶଗଡ଼ ସହ ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଏକ ଟ୍ରିବ୍ୟୁନାଲ ଗଠନ କରିବାକୁ ଅନୁରୋଧ କରିଛନ୍ତି । ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ-୧୯୫୬ର ଧାରା ୪ (୧) ଅନୁସାରେ ଆବଶ୍ୟକ ବିଜ୍ଞପ୍ତି ଜାରି କରାଯାଇ ଟି୍ବ୍ୟୁନାଲ ଗଠନ ସକାଶେ ପ୍ରଧାନ ମନ୍ତ୍ରୀ ନିଦେ୍ର୍ଦଶ ଦେବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ନିବେଦନ କରିଛନ୍ତି। ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨୦୧୬ ନଭେମ୍ବର ୧୯ ତାରିଖରେ କେନ୍ଦ୍ର ସରକାରଙ୍କ ନିକଟରେ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ-୧୯୫୬ର ଧାରା ୪ (୧) ଅନୁସାରେ ଏକ ଅଭିଯୋଗ ଦାଖଲ କରିବା ସହ ତାହାର ସମାଧାନ ପାଇଁ ତୁରନ୍ତ ଏକ ଟ୍ରବ୍ୟୁନାଲ ଗଠନ କରାଯିବାକୁ ଅନୁରୋଧ କରିଥିଲେ । ତେବେ, କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହି ଆଇନ ମୁତାବକ ଅଭିଯୋଗ ଦାଖଲ ହେବାର ଗୋଟିଏ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଟି୍ବ୍ୟୁନାଲ ଗଠନ କରିବାକୁ ବାଧ୍ୟ । କେନ୍ଦ୍ର ସରକାରଙ୍କ ଜଳ ସଂପଦ ମନ୍ତ୍ରୀ ପାର୍ଲାମେଂଟ ଓ ସୁପ୍ରିମ କୋର୍ଟରେ ସ୍ୱୀକାର କରି ସାରିଛନ୍ତି ଯେ, ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ସଂଭବ ନୁହେଁ । ତେଣୁ, ଛତିଶଗଡ଼ ସହ ଓଡ଼ିଶାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହେବା ନିହାତି ଆବଶ୍ୟକ । କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବା ବଦଳରେ ଡ଼ିସେମ୍ବର ୪ ତାରିଖ ଦିନ ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରି ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯିବା ଅନାବଶ୍ୟକ ବୋଲି ମତ ଦେବା କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ଉଜାଗର କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS