ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକରେ ଭରତର ଚିତ୍ତାକର୍ଷକ ବିଜୟ, ୧୪୧ ରନ୍ ରେ ଶ୍ରୀଲଙ୍କା ହାରିଲା
ମୋହାଲି, ୧୪ ଡ଼ିସେମ୍ବର: ମୋହାଲିଠାରେ ବୁଧବାର ଅନୁଷ୍ଠିତ ଭାରତ-ଶ୍ରୀ ଲଙ୍କା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ରେ ଭାରତ ୧୪୧ ରନ୍ ରେ ଶ୍ରୀଲଙ୍କା ଟିମ୍ କୁ ପରାଜିତ କରି ତିନିଟିକିଆ ସିରିଜ୍ କୁ ୧-୧ରେ ସମାନ୍ତର କରିଛି । ଭାରତୀୟ ଟିମ୍ ଧର୍ମଶାଳା ଠାରେ ପ୍ରଥମ ଓଡ଼ିଆଇରେ ସାତ ଉଇକେଟ୍ ରେ ପରାଜିତ ହୋଇ ଭାଙ୍ଗି ପଡି ଥିଲା । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳୁ ଥିବା ଏହି ଟିମ୍ ପାଇଁ ବୁଧବାର ମୋହାଲି ଦ୍ୱିତୀୟ ଓଡ଼ିଆଇ ଜିତିବା ନିତାନ୍ତ ଆବଶ୍ୟକତା ଥିଲା । ନିଜେ ରୋହିତ ଦ୍ୱିତୀୟ ଓଡ଼ିଆଇରେ ୧୫୩ ବଳରେ ୨୦୮ ରନ୍ କରି ଅପରାଜିତ ରହିବା ସହ ଭାରତୀୟ ଟିମ୍କୁ ୧୪୧ ରନ୍ରେ ବିଜୟୀ କରି ଦେଶବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି । ରୋହିତଙ୍କ ଦ୍ୱି-ଶତକ ସହ ଭାରତ ୩୯୨ ରନ୍ କରି ଶ୍ରୀଲଙ୍କାକୁ ୧୪୧ ରନ୍ ରେ ହରାଇଛି । ଶ୍ରୀଲଙ୍କ ଟିମ୍ ୮ ଉଇକେଟ୍ ହରାଇ ୨୫୧ ରନ୍ କରି ଖେଳ ସାରି ଥିଲେ । ଅଧିନାୟକ ରୋହିତ ଶର୍ମା ବୁଧବାର ଦ୍ୱିତୀୟ ଓଡ଼ିଆଇରେ ଏକାକୀ ୨୦୮ ରନ୍ କରି ଦଳକୁ ବିଜୟର ସ୍ୱାଦ ଚଖାଇ ଥିବାରୁ ବେଶ୍ ଆନନ୍ଦିତ । ଏହା ହେଉଛି ରୋହିତ ଶର୍ମାଙ୍କ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରେ ତୃତୀୟ ଦ୍ୱି-ଶତକ । ବୁଧବାରର ଦ୍ୱି-ଶତକକୁ ସେ ତାଙ୍କ ପତ୍ନୀଙ୍କୁ ବିବାହ ବାର୍ଷିକୀରେ ଉପହାର ଦେଇଥିବା ରୋହିତ କହିଛନ୍ତି । ରୋହିତଙ୍କ ୨୦୮ ବ୍ୟତୀତ ବୁଧବାର ଦ୍ୱିତୀୟ ଓଡ଼ିଆଇରେ ଶିଖର ଧାବନ ୬୭ ବଳରେ ୬୮ ରନ୍ ଓ ଶ୍ରେୟସ୍ ଆୟାର ୭୦ ବଲରେ ୮୦ ରନ୍ ଯୋଡି ୪ ଉଇକେଟ୍ ବିନିମୟରେ ୩୯୨ ରନ୍ ସଂଗ୍ରହ କରିଥିଲେ । ଶ୍ରୀ ଲଙ୍କା ଦଳ ଏହି ସ୍କୋର୍ ପାଖାପାଖି ମଧ୍ୟ ପହଂଚି ପାରି ନଥିଲା । ରବିବାର ଦିନ ବିଶାଖାପାଟଣାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଓଡ଼ିଆଇର ତୃତୀୟ ଓ ଶେଷ ମ୍ୟାଚ୍ ଖେଳା ଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS