ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଶ୍ରୀଲଙ୍କା ଟି-୨୦ ଉଦଘାଟନୀ ମ୍ୟାଚ୍ ଆଜି
କଟକ,୨୦ ଡ଼ିସେମ୍ବର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟ୍ୱେଂଟି-୨୦ ଶୃଙ୍ଖଳାର ଉଦଘାଟନୀ ମ୍ୟାଚ୍ ଆଜି ବାରବାଟୀ ଷ୍ଟାଡ଼ିୟମ୍ ରେ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ଭାରତ ଓ ଶ୍ରୀଲଙ୍କା ଟିମ୍ ୧୮ ତାରିଖ ଅପରାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚିବା ପରେ ବିମାନ ବନ୍ଦର ସମେତ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ସେମାନଙ୍କୁ ଭବ୍ୟ ସଂବର୍ଦ୍ଧନା ଦିଆ ଯାଇଥିଲା। ଏହି ମ୍ୟାଚ ପାଇଁ ଉଭୟ କଟକ ଓ ଭୁବନେଶ୍ୱରରେ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାରବାଟୀ ଷ୍ଟାଡିୟମ୍ ମଧ୍ୟ ପୁଲିସ ଛାଉଣୀରେ ପରିଣତ ହୋଇଛି । ଓଡ଼ିଶା ପୁଲିସ ଡ଼ିଜି ଡ଼କ୍ଟର ଆର. ପି ଶର୍ମା ନିଜେ ନିରାପତ୍ତା ବ୍ୟବସ୍ଥାର ତଦାରଖ କରୁଛନ୍ତି । ୧୯ ତାରିଖ ସକାଳେ ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ୟ ଖେଳାଳୀଙ୍କ ସହ ବାରବାଟୀରେ ପହଂଚି ପିଚ୍କୁ ଭଲ ଭାବେ ଅନୁଧ୍ୟାନ କରିବା ସହ ଷ୍ଟାଡିୟମ୍ରେ ପ୍ରାକ୍ଟିସ୍ କରିଥିଲେ । ଆଜିର ଉଦଘାଟନୀ ମ୍ୟାଚ୍ ଦେଖିବା ସକାଶେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ରହିଛି । ୪୨, ୦୦୦ ଦର୍ଶକଙ୍କ ପାଇଁ ଷ୍ଟାଡ଼ିୟମରେ ଗ୍ୟାଲେରୀ ବ୍ୟବସ୍ଥା ଥିବା ବେଳେ ୩୨ ହଜାର ଟିକଟ କାଉଂଟରରେ ଓ ବଳକା ଅନ୍ଲାଇନ୍ରେ ବିକ୍ରି ହୋଇ ଯାଇଛି । କ୍ରିକେଟ୍ ଦେଖିବା ସକାଶେ ଜନସାଧାରଣରେ ଉତ୍ସୁକତା ଦେଖି କଳାବଜାରୀ ସକ୍ରିୟ ହୋଇଛନ୍ତି । ପୁଲିସ ୬ ଜଣ କଳାବଜାରୀଙ୍କୁ ଗିରଫ କରିଥିଲେ ମଧ୍ୟ କଳାବଜାର ଅବାଧରେ ଚାଲିଥିବା ଏବଂ ବହୁ ଉଚ୍ଚା ଦରରେ ଟିକଟ ବିକ୍ରି ହେଉଥିବା ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS