ଟି-୨୦ରେ ଭାରତର ସିରିଜ୍ ବିଜୟ, ରବିବାର ମୁମ୍ବାଇରେ ୫ ଓି୍ୱକେଟରେ ହାରିଲା ଶ୍ରୀଲଙ୍କା


ମୁମ୍ବାଇ, ୨୫ ଡ଼ିସେମ୍ବର: ରବିବାର ମୁମ୍ବାଇର ୱାଙ୍ଖେଡ଼ ଷ୍ଟାଡ଼ିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ତୃତୀୟ ଓ ଶେଷ ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚରେ ଭାରତୀୟ ଦଳ ୫ ୱିକେଟ୍ରେ ବିଜୟୀ ହୋଇ ୩-୦ରେ ସିରିଜ୍ ବିଜୟୀ ହୋଇଛି । ଗତ ବୁଧବାର ଦିନ କଟକ ବାରବାଟୀ ଷ୍ଟାଡ଼ିୟମରେ ଭାରତ ଶ୍ରୀଲଙ୍କାକୁ ଟି-୨୦ ଉଦଘାଟନୀ ମ୍ୟାଚରେ ୯୩ ରନ୍ ରେ ପରାଜିତ କରି ତିନିଟିକିଆ ସିରିଜର ପ୍ରଥମ ବିଜୟ ହାସଲ କରିଥିଲା । ଶୁକ୍ରବାର ଇନ୍ଦୋର ସ୍ଥିତ ହୋଲକାର ଷ୍ଟାଡ଼ିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୮୮ ରନ୍ ରେ ପରାଜିତ କରି ୨-୦ରେ ଆଗୁଆ ରହିବା ସହ ଏକପ୍ରକାର ସିରିଜ୍ ଜିତି ନେଇ ଥିଲା । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ୨୪ ତାରିଖ ରବିବାର ସିରିଜ୍ ର ତୃତୀୟ ଓ ଶେଷ ଟି-୨୦ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡ଼ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ମ୍ୟାଚ୍ କୁ ଜିତି ଭାରତୀୟ ଟିମ୍ ୩-୦ରେ ସିରିଜ୍ ବିଜୟୀ ହୋଇଛି ।
ରବିବାର ଖେଳ ପ୍ରାରମ୍ଭରେ ଭାରତ ଟସ୍ ଜିଣି ପ୍ରଥମେ ଫିଲିଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ପାଇଁ ପିଚ୍ ଅନୂକୁଳ ଥିବା ଦେଖି ଏହି ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ମିଳିଛି । ଭାରତୀୟ ବୋଲର୍ ମାନଙ୍କ ଦକ୍ଷ ବୋଲିଂ ଶ୍ରୀଲଙ୍କା ଦଳକୁ ଅଧିକ ସ୍କୋର୍ କରିବାରେ ବାଟ ଓଗାଳି ଥିଲା । ଶ୍ରୀଲଙ୍କା ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଭାରତୀୟ ବୋଲର୍ ଜୟଦେବ ଉନାଡିକଟ୍ ଓ ୱାସିଂଟନ୍ ସୁନ୍ଦର ସୁନ୍ଦର ବୋଲିଂ କରି ଶ୍ରୀଲଙ୍କାକୁ ବାଟ ଓଗାଳି ଥିବା ବେଳେ କୁଲଦୀପ ୟାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କମ ରନ୍ ଦେଇ ୱକେଟ୍ ନେବାକୁ ସକ୍ଷମ ହୋଇ ଥିଲେ । ଶ୍ରୀଲଙ୍କା ଦଳ ୧୩୫ ରନ୍ ରେ ସୀମିତ ହୋଇ ଭାରତ ସାମ୍ନାରେ ୧୩୬ ରନର୍ର ଲକ୍ଷ୍ୟ ରଖି ଥିଲା । ଭାରତୀୟ ଦଳର ମନିଷ ପାଣ୍ଡେ ଓ ଶ୍ରେୟସ ଆୟାର ରବିବାର ମ୍ୟାଚ୍ରେ ସୁନ୍ଦର ଖେଳ ପ୍ରଦର୍ଶନ କରିବା ସହ ସର୍ବାଧିକର୍ନ୍ ସଂଗ୍ରହ କରିଥିଲେ । ୧୯.୨ ଓଭରରେ ଭାରତ ବିଜୟ ଳକ୍ଷ୍ୟ ହାସଲ କରିବାକୁ ଥିବା ବେଳେ ଭାରତର କେ, ଲୋକେଶ ରହୁଲ ୪ ରନ୍ କରି ପାଭେଲିଅନକୁ ଫେରି ଥିଲେ । ଅଧିନାୟକ ରୋହିତ ଶର୍ମା ଓ ଶ୍ରେୟସ୍ ଆୟାର ମୋର୍ଚ୍ଚା ସମ୍ଭାଳି ଥିଲେ । ରୋହିତ ୨୭ ରନ୍ ରେ ଶ୍ରୀଲଙ୍କାର ଦାଶୁନ ସାନାକାଙ୍କ ବଲ୍ ରେ ଆଉଟ୍ ହେବା ପରେ ମନିଷ ପାଣ୍ଡେ ଖେଳିବାକୁ ଆସି ଶ୍ରେୟସ୍ଙ୍କ ସହ ଭାଗିଦାରୀରେ ଭାରତର ସ୍କୋର ୧୦୦ରେ ପହଂଚାଇ ଥିଲେ । ଆୟାର ୩୦ ଓ ପାଣ୍ଡେ ୩୨ ରନ୍ରେ ଆଉଟ୍ ହେବା ପରେ ଦିନେଶ କାର୍ତିକ ଓ ମହେନ୍ଦ୍ର ସିଂହ ଧୋନୀ ଖେଳକୁ ଆଗେଇ ନେଇ ଥିଲେ । କାର୍ତିକ ୧୮ ଓ ଧୋନୀ ୧୬ ରନ୍ କରି ଅପରାଜିତ ରହି ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିଲେ । ଭାରତ ୫ ୱକେଟ୍ ବିନିମୟରେ ୧୩୯ ରନ୍ କରି ତିନିଟିକିଆ ଟି-୨୦ ସିରିଜ୍ର ତୃତୀୟ ତଥା ଶେଷ ମ୍ୟାଚ୍ ଜିତି ନେଇଥିଲା ।
ଏହି ଟି-୨୦ ପୂର୍ବରୁ ଭାରତୀୟ ଦଳ ଦିନିକିଆ ଅନ୍ତର୍ଜାତିକ କ୍ରିକେଟ୍ (ଓଡ଼ିଆଇ)ରେ ଭାରତ ମାଟିରେ ଶ୍ରୀଲଙ୍କାକୁ ୨-୧ରେ ପରାଜିତ କରି ଫର୍ମରେ ଥିଲା । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଓ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତର ଏହି ସିରିଜ୍ ବିଜୟ କ୍ରୀଡ଼ା ସମୀକ୍ଷକମାନଙ୍କୁ କୋହିଲି ଓ ରୋହିତଙ୍କ ମଧ୍ୟରେ କିଏ ଅଧିକ ଦକ୍ଷ, ତାହା ତୁଳନା କରିବାକୁ ସୁଯୋଗ ସୃଷ୍ଟି କରିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS