ଜୟରାମ ଠାକୁର ହିମାଚଳ ମୁଖ୍ୟମନ୍ତ୍ରୀ
ସିମଲା, ୨୫ ଡ଼ିସେମ୍ବର: ହିମାଚଳ ପ୍ରଦେଶ ବିଧାନସଭାକୁ ପାଂଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ଭାବେ ୨୭ ତାରିଖ ଦିନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ରବିବାର ଦିନ ହିମାଚଳ ପ୍ରଦେଶ ବିଜେପି ବିଧାୟକ ଦଳ ନେତା ଭାବେ ତାଙ୍କୁ ନିର୍ବାଚିତ କରାଯାଇଛି । ୨୦୧୭ ବିଧାନସଭା ନିର୍ବାଚନରେ ହାରିଥିବା ପ୍ରେମ କୁମାର ଧୁମଲ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିବା ପରେ ବିଧାୟକ ଦଳ ବୈଠକ ବସି ଠାକୁରଙ୍କୁ ନେତା ନିର୍ବାଚିତ କରା ଯାଇଥିଲା । ଏଥିରେ କେନ୍ଦ୍ରୀ୍ରୟ ପର୍ଯ୍ୟବେକ୍ଷକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣ ଓ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଯୋଗ ଦେଇ ଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS