ହୀରାପୁରରେ ଚଉଷଠି ଯୋଗିନୀ ମହୋତ୍ସବ ସରିଲା, ଓଡ଼ିଶୀ ନୃତ୍ୟଶିଳ୍ପୀ ଗୀତା ମାହାଳିକଙ୍କୁ ‘ନୃତ୍ୟ ପ୍ରତିଭା’ ସମ୍ମାନ
ଭୁବନେଶ୍ୱର,୨୬ ।୧୨: ସହର ଉପକଂଠ ହୀରାପୁରଠାରେ ଥିବା ଚଉଷଠି ଯୋଗିନୀ ପୀଠରେ ଡ଼ିସେମ୍ବର ୨୩ ତାରିଖରୁ ଚାଲିଥିବା ଚଉଷଠି ଯୋଗିନୀ ମହୋତ୍ସବ ୨୫ ତାରିଖ (ସୋମବାର) ରାତିରେ ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ପଦ୍ମଶ୍ରୀ ଗୀତା ମାହାଲିକ ତାଙ୍କର ଏକକ(ସୋଲୋ) ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଗୀତା ହେଉଛନ୍ତି ଗୁରୁ ଡ଼. ଦେବ ପ୍ରସାଦ ଦାସ ଓ ଗୁରୁ ମାୟାଧର ରାଉତଙ୍କ ଶିଷ୍ୟା । ନୂଆଦିଲ୍ଲୀରେ ‘ଗୀତାସ୍ ଉପାସନା’ ନାମକ ଏକ ପ୍ରତିଷ୍ଠାନର ସେ ପ୍ରତିଷ୍ଠାତା । ଶେଷ ଦିବସରେ ଗୀତାଙ୍କୁ ନୃତ୍ୟ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS