ରାଉରକେଲାରେ ୩୨ତମ ଲୋକନାଟକ ମହୋତ୍ସବ ଆରମ୍ଭ
ରାଉରକେଲା, ୪ ଜାନୁୟାରୀ: ୨ ତାରିଖ ଦିନ ରାଉରକେଲା କଲଚରାଲ୍ ଏକାଡେମୀ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଂଟର ଠାରେ ୩୨ତମ ଲୋକ ନାଟକ ମହୋସôବ ଆରମ୍ଭ ହୋଇଛି । ରାଉରକେଲା ଷ୍ଟିଲ ପ୍ଳାଂଟର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶୁଭେନ୍ଦ୍ର ଦାସ ଓ ଭାରପ୍ରାପ୍ତ ପରିଚାଳକ ନିରୋଦ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଲୋକନାଟକ ସଚେତନତାର ଏକ ପ୍ରମୁଖ ମାଧ୍ୟମ । ରାଉରକେଲାର ସାଂସ୍କୃତିକ ଜାଗରଣ କ୍ଷେତ୍ରରେ କଲଚରାଲ୍ ଏକାଡେମୀ ଏକ ମଇଲଖୁଂଟ ଭାବେ କାର୍ଯ୍ୟ କରୁଛି ବୋଲି ଅତିଥି ଦ୍ୱୟ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ଡ. ପ୍ରଭାତ ମଲ୍ଳିକ ଆନୁଷ୍ଠାନିକ ଭାବେ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ଅକ୍ଷୟ ମଲ୍ଲିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପଶୁପତିନାଥ ଚାଟାର୍ଜୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ, ଲୋକନାଟକ କମିଟିର ଆବାହକ ନୃସିଂହ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ପୁଲିନ ମାନସିଂ ଓ ‘ଅଭିନୟ’ ଅନୁଷ୍ଠାନର ସଭାପତି ପ୍ରତାପ ରାୟଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ମାନପତ୍ର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ନାଟକ ମହୋସôବ ଆସନ୍ତା ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS