ରାଉରକେଲା ଲୋକନାଟକ ମହୋତ୍ସବର ପ୍ରାରମ୍ଭ ଦିବସରେ ‘ବାଘ ବଂଚିଛି’ ମଂଚସ୍ଥ
ରାଉରକେଲାରୁ ଶିବ ପ୍ରସାଦ ଦାସଙ୍କ ରିପୋର୍ଟ: ରାଉରକେଲା ସିଭିକ୍ ସେଂଟରରେ ଆରମ୍ଭ ହୋଇଥିବା କଳଚରାଲ୍୍ ଏକାଡ଼େମୀର ୩୨ ତମ ଲୋକନାଟକ ମହୋତ୍ସବର ପ୍ରଥମ ଦିବସରେ ପ୍ରକାଶ ଚନ୍ଦ୍ର ପାଣିଗ୍ରହୀଙ୍କ ରଚିତ ଓ ସଂଗ୍ରାମ ପତିଙ୍କ ନିର୍ଦେଶିତ ନାଟକ ‘ବାଘ ବଂଚିଛି’ ମଂଚସ୍ଥ ହୋଇଯାଇଛି । ନାଟକଟି ଗ୍ରାମୀଣ ଅବକ୍ଷୟମୁଖୀ ପରମ୍ପରା, ସରକାରୀ ଯୋଜନାର ବିଫଳତାକୁ ନେଇ ରଚିତ । ନାଟକର ମୁଖ୍ୟ ଚରିତ୍ର ସୁର ନାଏକର ପାରଂପରିକ ପେଷା ଥିଲା ବାଘ ନାଚ । ଏହି ନାଚ ସେ ତାର ଜେଜେ ବାପା ଅମଳରୁ କରି ଆସିଛି । ଆଉ ସମୟ ସ୍ରୋତରେ ତାର ପୁଅ ନଟ ମଧ୍ୟ ଏହି କଳାକୁ ପରିବାର ପ୍ରତିପୋଷଣର ମାଧ୍ୟମ ଭାବେ ଆଦରି ନେଇଛି । ହେଲେ ସମୟ ସ୍ରୋତରେ ବାଘ ନାଚର ଆଦର କମିଯାଇଛି । ଆଉ ଏହାର ସ୍ଥାନ ନେଇଛି ଡିଜେ ଓ ପାଶ୍ଚାତ୍ୟ ନୃତ୍ୟ । ଫଳରେ ନଟ ଓ ସୁର ପୁର୍ବପରି ଆଉ କଳା ପରିବେଷଣର ସୁଯୋଗ ପାଇ ପାରୁ ନାହାନ୍ତି । ଦିନେ ଯାହା ଥିଲା ସୁର ଓ ନଟଙ୍କ ପରିବାରର ପ୍ରତିପୋଷଣ ଓ ସ୍ୱାଭିମାନର ମାଧ୍ୟମ, ସଂପ୍ରତି ତାହା ସେମାନଙ୍କ ପରିବାରର ଦାରଦ୍ର୍ୟର ମୁଖ୍ୟ କାରଣ ପାଲଟିଛି । ଫଳରେ ସୁର ନାଏକ ଓ ପୁଅ ନଟ ବିଭିନ୍ନ ସରକାରୀ ଯୋଜନା ଉପରେ ନିର୍ଭର କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ, କିରୋସିନୀ କଂଟ୍ରୋଲ ଦୋକାନ ନିୟମିତ ଖୋଲୁ ନ ଥିବା ଯୋଗୁଁ ନ ମିଳିବା, ମନରେଗା କାମରେ ସଠିକ୍ ମଜୁରୀ ନ ମିଳିବା, ସୁର ନାଏକକୁ କଳାକାର ଭତ୍ତା ନ ମିଳିବା ପରି ସମସ୍ୟାର ନିଚ୍ଛକ ଚିତ୍ରଣ ମିଳିଛି ନାଟ୍ୟକାର ପାଣିଗ୍ରାହୀଙ୍କ ଲେଖନୀ ଓ ସଂଗ୍ରମ ପତିଙ୍କ ନିର୍ଦେଶନାରେ । ସରକାରୀ ଯୋଜନା ଗ୍ରମାଂଚଳରେ ପ୍ରହସନ ପାଲଟିଛି, ଏହାର ଚିତ୍ରଣ କରିଛନ୍ତି ନାଟ୍ୟକାର । ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ପ୍ରତି ସେ ଅଙ୍ଗୁଳି ନିଦେ୍ର୍ଦଶ କରିଛନ୍ତି । ସେହିପରି ଗାଁ ସାହୁକାର ଠାରୁ ଋଣ ନେବା, ଗାଁ ଠାକୁରାଣୀ ଯାତ୍ରା ଲାଗି ମାତ୍ରାଧିକ ଚାନ୍ଦା ଆଦାୟ ନାଁରେ ଜୁଲୁମର ଶିକାର ହେବା ପରି ସମସ୍ୟାରେ ସୁର ନାୟକ ପରିବାର ଭାରାକ୍ରାନ୍ତ ହୋଇ ପଡିବା ସହ ଶେଷରେ ସୁରର ପୁଅ ଗାଁ ଛାଡି ସହର ଯିବା ଲାଗି ମନସ୍ଥ କରିଛି ଓ ସେଠି ମୂଲ, ମଜୁରୀ କରି ପୁୃଅକୁ ପାଠ ପଢ଼ାଇ ବଡ ମଣିଷ କରିବ ବୋଲି ନିଷ୍ପତ୍ତି ନେଇଛି । ନାଟକର ଅନ୍ତିମ ଦୃଶ୍ୟରେ ଅପରାହ୍ନ ବୟସରେ ପହଂଚି ଥିବା ସୁର ତା ପୁଅକୁ ଚଉଦ ପୁରୁଷର ଭିଟା ମାଟି ଛାଡି ନ ଯିବାକୁ ଓ ବାଘ ନାଚକୁ ପେଷା କରିବାକୁ ପ୍ରବର୍ତାଇବା ସହ ପରିବାରର ଆର୍ଥିକ ନିଅଂଟ ଭରଣା ଲାଗି ଅନ୍ୟ ଗାଁକୁ ବାଘ ନାଚ ପ୍ରଦର୍ଶନ କରିବାକୁ ଯିବା ସମୟରେ ମୃତ୍ୟୁବରଣ କରିିଛନ୍ତି । ଜେଜେଙ୍କ ଦୟନୀୟ ମୃତ୍ୟୁ ଦେଖିବା ପରେ ନାତି କୋହଭରା କଣ୍ଠରେ ଚିକôାର କରିଛି, “ସୁର ନାଏକ ଗୋଟିଏ ବାଘ, ସେ ମରି ପାରେନା; ଆଉ ସେ ବାଘ ତା ଭିତରେ ବଂଚିଛି..” । ରାଉରକେଲାର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ ‘ଅଭିନୟ’ର କଳାକାରମାନେ ନାଟକଟି ମଂଚସ୍ଥ କରିଥିବା ବେଳେ ସଂଗୀତ ନିଦେ୍ର୍ଦଶନା ଦେଇଥିଲେ ମୋତିଲାଲ ପତି । ଉମାକାନ୍ତ ବିଶୋୟୀ ମଂଚ ସଜ୍ଜା, ଅଶୋକ ନାୟକ ଆଲୋକ ଓ ରୂପସଜ୍ଜା କରିଥିବା ବେଳେ ଜୟନ୍ତ, ଭକ୍ତହରି, ତାପସ, ପ୍ରଳୟ, ବାସୁଦେବ, ଅମିତ, ଲଳିତ, ସନ୍ତୋଷିନୀ, ପୁଷ୍ପାଂଜଳୀ ପ୍ରମୁଖ ଅଭିନୟ କରିଥିଲେ । ଉଦ୍ଘାଟନୀ ଦିବସର ନାଟକର ମଂଚସଜ୍ଜା ଓ ଆଲୋକ ସଜ୍ଜା ମଧ୍ୟ ବେଶ୍ ମନୋରମ ଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS