ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ନୂଆ ଠିକଣା ହୋଇଛି ଜିରାଙ୍ଗର ମହା ପଦ୍ମାସମ୍ଭବ ମନ୍ଦିର ଓ ପହ୍ମ ମହାସମ୍ଭବ ସ୍ତୁପ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଚନ୍ଦ୍ରଗିରିଠାରୁ ୪ କିମି ଦୂର ଜିରାଙ୍ଗ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏବେ ମୁଖ୍ୟ ଆକର୍ଷଣ ହୋଇଛି । ଜିରାଙ୍ଗରେ ଥିବା ମହା ପଦ୍ମସମ୍ଭବ (ବୌଦ୍ଧ) ସ୍ତୁପ ଓ ମହା ପଦ୍ମାସମ୍ଭବ (ବୁଦ୍ଧ ଦେବ) ମନ୍ଦିର ଦର୍ଶନ ପାଇଁ ଛୁଟି ଦିନରେ ବେଶ୍ ଭିଡ ଜମୁଥିବା ଦେଖିବାକୁ ମିଳିଛି । ବୁଦ୍ଧଙ୍କ ମନ୍ଦିରର ଆଭ୍ୟନ୍ତରୀଣ କାରୁକାର୍ଯ୍ୟ ଏବଂ କାନ୍ଥବାଡରେ ଥିବା ଚିତ୍ରକଳା ଦେଖିବା ସକାଶେ ପର୍ଯ୍ୟଟକମାନେ ବେଶ୍ ଆଗ୍ରହ ପ୍ରକାଶ କରୁ ଥିବାରୁ ବ୍ରହ୍ମପୁରରେ ଥିବା ଟୁର୍ ଅପରେଟର୍ ମାନଙ୍କ ବ୍ୟବସାୟ ଜମୁଛି । ବୁଦ୍ଧ ମନ୍ଦିରରେ ପ୍ରବେଶ ପାଇଁ ମନ୍ଦିରର ପରିଚାଳନା ଟ୍ରଷ୍ଟି ଜଣ ପିଛା ୫ ଟଙ୍କା ଟିକଟ ବ୍ୟବସ୍ଥା କରିଛନ୍ତି । ପିର୍କିଂ ସମେତ ଯିବା, ଆସିବାର ସମସ୍ତ ସୁବିଧା ଥିବାରୁ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ନୂଆ ଠିକଣା ହୋଇଛି ଜିରାଙ୍ଗ । ପଦ୍ମ ମହାସମ୍ଭବ ସ୍ତୁପ ଓ ମହା ପଦ୍ମାସମ୍ଭବ ମନ୍ଦିର ବ୍ୟତୀତ ତିବ୍ବତୀୟ ଶରଣାର୍ଥୀଙ୍କ ମକା ଭାଡ଼ି ଓ ଜୈବିକ କୃଷି ଉତ୍ପାଦନ ଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS