ରାଉରକେଲା କଲଚରାଲ ଏକାଡ଼େମୀର ୩୨ତମ ଲୋକନାଟକ ମହୋତ୍ସବ ସପ୍ତମ ଦିନର ନାଟକ ଥିଲା ‘ପରିଚୟ’ ଅନୁଷ୍ଠାନର ‘ସ୍ୱର’
ରାଉରକେଲା, ୮ ଜାନୁୟାରୀ (ଶିବ ପ୍ରସାଦ ଦାସ): ବଳଶାଳୀ ଚତୁର ଲୋକମାନେ ଯେଉଁ ଦିନ ପ୍ରକୃତି ଉପରେ ବାଡ଼ ପୋତି ଘୋଷଣା କଲେ ଏଇଟା ମୋର- ସେବେଠାରୁ ବିସ୍ଥାପିତ/ ବାସଚ୍ୟୁତ ପ୍ରକ୍ରିୟା ଆରମ୍ଭ ହୋଇ ଗଲା । ସମାଜ ବ୍ୟବସ୍ଥା ଯେତେ ସୁସଂଗଠିତ ଏବଂ ବିକଶିତ ହେବାକୁ ଲାଗିଲା -ବିସ୍ଥାପିତ / ବାସଚ୍ୟୁତ ପ୍ରକ୍ରିୟା ସେତେ ତ୍ୱରାନ୍ୱିତ ହେଲା ସିନା ଥମିବାର ନା’ ନେଲା ନାହିଁ । କିଛି ମୁଷ୍ଠିମେୟ ଲୋକଙ୍କୁ ଲଗାମଛଡା ଭାବେ ଆମେ ଛାଡି ଦେଇଛେ ବିକାଶ ନା’ରେ ପ୍ରକୃତିକୁ ଦୋହନ ଏବଂ ଜନ ସମୁଦାୟର ମାନବିକ ଅଧିକାରକୁ ହନନ କରିବା ପାଇଁ । ମୁଷ୍ଠିମେୟ ଲୋକ ସାଂପ୍ରତିକ ଗଣତନ୍ତ୍ର ବ୍ୟବସ୍ଥାକୁ ଆୟୁଧ କରି ସେମାନଙ୍କୁ ସୁହାଇଲା ଭଳି ଆଇନକାନୁନ ତିଆରି କରି ଏହି ପ୍ରକ୍ରିୟାକୁ ବିଧିସମ୍ମତ ବା ଆଇନ ସମ୍ମତ କରି ଚାଲିଛନ୍ତି ।
ସବୁଜିମା ଭରା ଛତିଶ ମୌଜାରେ କାରଖାନା ପ୍ରତିଷ୍ଠା ପାଇଁ ସରକାରୀ ଦଳର ନେତାଙ୍କୁ ପ୍ରସ୍ତାବ ଦେଇ ପି୍ରକଲ କଂପାନୀ ତା’ର କାର୍ଯ୍ୟ ଆରମ୍ଭ କରେ । ଜମି ଅଧିଗ୍ରହଣ ପାଖରୁ ହିଁ ଆରମ୍ଭ ହୁଏ ଜନ ଅସନ୍ତୋଷ । ଯାହା କି ଆନେ୍ଦାଳନ ଓ ଧର୍ମଘଟର ରୂପ ନିଏ । କିନ୍ତୁ, ଲାଭ କିଛି ହୁଏ ନାହିଁ । ଘର ଢିଙ୍କି କୁମ୍ଭୀର ପରି ଛତିଶ ମୌଜାର କିଛି ଲୋକ ପ୍ରିକଲ କଂପାନୀ ଦ୍ୱାରା ହେବାକୁ ଥିବା ଏହି କାରଖାନାକୁ ସମର୍ଥନ କରନ୍ତି । ଏହାର ସୁଯୋଗ ନିଅନ୍ତି ସରକାର ଓ ପ୍ରିକଲ କଂପାନୀର ମାଲିକ । ଆନେ୍ଦାଳନକାରୀଙ୍କ ନେତାଙ୍କୁ ମିଛ ମାମଲାରେ କାରାରୁଦ୍ଧ କରାଯାଏ । ୋଷରେ ଛତିଶ ମୌଜାର ଲୋକମାନେ ବିସ୍ଥାପିତ ହୁଅନ୍ତି ଓ କାରଖାନା ପ୍ରତିଷ୍ଠା ହୁଏ । ଜମି ହରାଇ ଥିବା ଲୋକଙ୍କୁ ଅଳ୍ପ କିଛି କ୍ଷତିପୂରଣ ଓ ପରିବାର ପିଛା ଜଣକୁ କାରଖାନାର ତଳିଆ କର୍ମଚାରୀ ରୂପେ ଚାକିରୀ ଦେଇ ଶାନ୍ତ କରାଇ ଦିଆଯାଏ । କିନ୍ତୁ, କରଖାନା ଉତ୍ପାଦନକ୍ଷମ ହେବା ପରେ ଆରମ୍ଭ ହୁଏ ଛଟେଇ ପ୍ରକ୍ରିୟା । ଛଟେଇ ପରବର୍ତୀ ବେରୋଜଗାରୀରେ ଅଣ ନିଶ୍ୱାସୀ ହୋଇ ବିସ୍ଥାପିତ ଲୋକମାନେ ପୁଣି ଆପଣେଇ ନିଅନ୍ତି ଆନେ୍ଦାଳନକୁ । ଯାହା ଫଳରେ କାରଖାନାଏକ ପ୍ରକାର ବନ୍ଦ ହୋଇଯାଏ । ଆଉ କଂପାନୀମାଲିକ ଦେଶ ଛାଡି ପଳାଇବାକୁ ବାଧ୍ୟ ହୁଅନ୍ତି । ଶେଷରେ ଶ୍ରମିକମାନଙ୍କ ଏକ ଅନନ୍ୟ ପଦକ୍ଷେପ କାରଖାନାକୁ ଚଳମାନ ଅବସ୍ଥାକୁ ନେଇ ଆସେ । ଶ୍ରମିକମାନେ କାରଖାନାର ପରିଚାଳନା ଭାର ନିଜ ହାତକୁ ନିଅନ୍ତି । ବିକାଶ ଯେଉଁଠି, ବିସ୍ଥାପନ ସେଇଠି ଅଛି । ସାମୁହିକ କାର୍ଯ୍ୟ ପାଇଁ କିଛିଲୋକ ନିଜ ସ୍ୱାର୍ଥ ତ୍ୟାଗ କରିବା ଆବଶ୍ୟକ । କିନ୍ତୁ, ସାଧାରଣ ଭାବେ ଦେଖାଯାଏ – ସେଭଳି ତ୍ୟାଗ କରିବା ପାଇଁ ସମାଜର ପଛ ଧାଡିରେ ଥିବା ଲୋକଙ୍କୁ ହିଁ ବାଧ୍ୟ କରାଯାଇ ଥାଏ । ତେବେ, ଏହି ପଛରେ ପଡି ଯାଇ ଥିବା ଲୋକମାନେ ହିଁ କେବଳ ତ୍ୟାଗ କରି ଆହୁରି ପଛକୁ ଯାଇ ପୀଡ଼ା ପାଉଥିବେ ?
ଏହି ପୃଷ୍ଠଭୂମୀରେ ରାଉରକେଲା କଲଚରାଲ ଏକାଡ଼େମୀ ଦ୍ୱାରା ସ୍ଥାନୀୟ ସିଭିକ ସେଂଟରରେ ଚାଲି ଥିବା ୩୨ ତମ ଲୋକ ନାଟକ ମହୋତ୍ସବର ଷଷ୍ଠ ଦିନର ନାଟକ ‘ସ୍ୱର’ । ରାଉରକେଳା ‘ପରିଚୟ’ ଅନୁଷ୍ଠାନ ଦ୍ୱାରା ପରିବେଷିତ ଏହି ନାଟକର ରଚନା କରିଛନ୍ତି ଅର୍ତତ୍ରାଣ ମହାପାତ୍ର । ପରିକଳ୍ପନା, ଗୀତ ରଚନା ଓ ନିଦେ୍ର୍ଦଶନା ଦେଇଥିଲେ ବିଜୟ କୁମାର ଭୋଳ । ସଂଗୀତ ନିଦେ୍ର୍ଦଶନା ଦେଇଥିଲେ ଅଭୟ କୁମାର ପାଣି । ବେଶଭୂଷା- ସାଗର କୁମାର ଜେନା, ଆଲୋକ ସଂପାତ – ଅଶୋକ କୁମାର ନାୟକ, ମଂଚସଜ୍ଜା – ସନ୍ତୋଷ କୁମାର ସାହୁ, ସଙ୍ଗୀତ ସହଯୋଗୀ – ଗୋଲକ ରାଉତ ଏବଂ କଂଠ – ରେଣୁବାଳା ବିଶୋଇ । ମଂଚ ପରିଚାଳନା କରି ଥିଲେ – ଦିବାକର ପ୍ରସାଦ ସାହୁ ଓ ସନ୍ତୋଷ କୁମାର ସାହୁ । ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ – ତ୍ରିପତି ନାରାୟଣ ମିଶ୍ର, ପ୍ରଜ୍ଞାନନ୍ଦ ମହାନ୍ତି , ଅଲ୍ୟଳ କୁମାର ବେହେରା, ପଂଚାନନ ପାତ୍ର, ସୂର୍ଯ୍ୟରଶ୍ମୀ ଦାଶ, ଅଜିତ କୁମାର ସେନାପତି, ଆଶୁତୋଷ ପଣ୍ଡା, ଅଚିକେଶ ଦାସ ଓ ସରୋଜିନୀ ସ୍ୱାଇଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS