କଲଚରାଲ ଏକାଡେମୀର ୩୨ତମ ଲୋକ ନାଟକ ମହୋତ୍ସବ ଉଦଯାପିତ
ରାଉରକେଲା,୧୦ ଜାନୁୟାରୀ (ଶିବ ପ୍ରସାଦ ଦାସ): ରାଉରକେଲା କଲଚରାଲ ଏକାଡେମୀ ଆନୁକୁଲ୍ୟରେ ସ୍ଥାନୀୟ ସିଭିକ ସେଂଟର ଠାରେ ୨ ତାରିଖରୁ ଚାଲି ଥିବା ସପ୍ତଦିବସୀୟ ଲୋକ ନାଟକ ମହୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି । ଓଡିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ରତ୍ନାକର ରାଉତ ଉଦଯାପନୀ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ଷ୍ଟିଲ ପ୍ଲାଂଟର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ପ୍ରଭାତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ଘଟଣାବଳୀ ଓ ନାଟ୍ୟ ଅନୁଷ୍ଠାନର ସଂପର୍କର ଅବତାରଣା କରିବା ସହ ଏପରି ନାଟକ ନିଶ୍ଚିତ ଭାବେ ସମାଜ ଉପରେ ଭଲ ପ୍ରଭାବ ପକାଇବା ସହ ନାଟ୍ୟ ଅନୁଷ୍ଠାନ ମାନେ ମଧ୍ୟ ଏହା ଦ୍ୱାରା ପ୍ରେସôାହିତ ହେବେ ବୋଲି କହିଥିଲେ । ଏହି ଅବସରରେ ସାତ ଦିନ ଧରି ଚାଲିଥିବା ନାଟକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କଳାକାର,ନିର୍ଦେଶକ,ପ୍ରଯୋଜକମାନଙ୍କୁ ପୁରସ୍କାର ଓ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ନାଟକ ଭାବେ ବାରିପଦାର ନୂପୁର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ‘ବାର୍ତା’ ସର୍ବାଧିକ ୬ ଟି ବିଭାଗରେ ପୁରସ୍କୃତ ହୋଇ ଶ୍ରେଷ୍ଠ ନାଟକର ମର୍ଯାଦା ହାସଲ କରିଥିବା ବେଳେ ଏହି ନାଟକରେ ସଂଗ୍ରାମ ଭୂମିକାରେ ଅଭିନୟ କରିଥିବା କୁମରମଣି ନାୟକଙ୍କୁ ଶ୍ରେଷ୍ଠ ଅଭିନେତା,ଶ୍ରେଷ୍ଠ ନିର୍ଦେଶକ ଓ ଶ୍ରେଷ୍ଠ ନାଟ୍ୟକାର ଭାବେ ପୁରସ୍କୃତ କରାଯାଇଥିଲା । ମାଳତୀ ଭୂମିକରେ ଅଭିନୟ କରିଥିବା ଜ୍ୟୋସôାରାଣୀ ମିଶ୍ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ । ‘ସ୍ୱୟଂବ୍ରହା’ ନାଟକ ଲାଗି ସଂବିତ କୁମାର ଆଚାର୍ଯ୍ୟଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିଦେ୍ର୍ଦଶକ, ନାଟକ ‘ସ୍ୱର’ର ଦୀପକ ଚରିତ୍ରରେ ଅଭିନୟ କରିଥିବା ଅଭିଶେକ ଦାଶ ଶ୍ରେଷ୍ଠ ଶିଶୁ କଳାକାର, ‘ବାଘ ବଂଚିଛି’ ନାଟକର ‘ବିନି’ ଚରିତ୍ରରେ ଅଭିନୟ କରିଥିବା ପୁଷ୍ପାଂଜଳୀ ପରିଡାଙ୍କୁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ, ‘ବାର୍ତା’ ନାଟକରେ ଅଭିନୟ କରିଥିବା ବିଜେନ୍ଦ୍ର କୁମାର ରାଉତଙ୍କୁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା,ବାଲେଶ୍ୱରର ନାଟ୍ୟ ଅନୁଷ୍ଠାନ ‘ଶୋଭା’ର ରବିନ୍ଦ୍ରନାଥ ବେହେରାଙ୍କୁ ଶ୍ରେଷ୍ଠ ମଂଚଶିଳ୍ପୀ ଭାବେ ପୁରସ୍କୃତ କରାଯାଇଥିଲା । ସାତ ଦିନ ଧରି ଚାଲିଥିବା ଏହି ଲୋକନାଟକ ମହୋସôବରେ ପ୍ରଫେସର କ୍ଷୀରୋଦ ମିଶ୍ର ଓ ଶ୍ୟାମ ସୁନ୍ଦର ଧୀର ବିଚାରକ ଭାବେ ଯୋଗ ଦେଇଥିଲେ । ଉଦଯାପନି ଦିବସ ଅବସରରେ ସ୍ଥାନୀୟ ତିତିଲି ଫାଉଣ୍ଡେସନ ତରଫରୁ ସୌଜନ୍ୟ ମୂଳକ ନାଟକ ‘ବାଇଚଢ଼େଇର ଡେଣା ’ ମଂଚସ୍ଥ ହୋଇଥିଲା । ନାଟକଟି ମହିଳା ସଶକ୍ତିକରଣ, ନାରୀ ଶିକ୍ଷା, ମଦ ବିରୋଧୀ ଓ ନାରୀ ଅଧିକାର ଉପରେ ପର୍ଯ୍ୟବେଶିତ ଥିଲା।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS