ସିଡ଼ବ୍ଲୁଏସ୍ ପକ୍ଷରୁ ଏସଏଚଜି ଏକତ୍ରୀକରଣ କାର୍ଯ୍ୟକ୍ରମ
ରାଉରକେଲା,୨୨ ଜାନୁୟାରୀ: ରାଉରକେଲା ସେକ୍ଟର-୨୦ ମିଶ୍ରଖଟାଲ ଠାରେ ସ୍ଥାନୀୟ ୨୦ଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସିଡ୍ଲ୍ୟଏସ୍ର ମୁଖ୍ୟ ଫାଦର ବେନି ଚେନ୍ କେ ପିଟର ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ସେ ତାଙ୍କ ଉଦ୍ଘାଟନୀ ଭାଷଣରେ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ମହିଳାମାନଙ୍କ ଆର୍ଥିକ ବିକାଶ ସହ ସାସ୍କୃତିକ ବିକାଶ ସାଧିତ ହୋଇ ପାରିବ ବୋଲି ମତପ୍ରକାଶ କରିବା ସହ ଏହି ଗୋଷ୍ଠିମାନେ ଜାତୀୟ ଏକତାର ବାହକ ହୁଅନ୍ତୁ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜସେବୀ ମୀନକ୍ଷୀ ଧାର ସିଡ୍ଲ୍ୟୁଏସ୍ ମହିଳା ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମ ହାତକୁ ନେଇ ଥିବାରୁ ଏହାର ଭୁୟସୀ ପ୍ରଶଂସା କରିବା ସହ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥିଭାବେ ସମାଜସେବୀ ଗଣେଷ ଜୟସିଂ, ଗଣେଷ ବାଡିକ, ଡି.ତ୍ରିପତି ପାତ୍ର ପ୍ରମୁଖ ଯୋଗ ଦେଇ ଗତ ଦିନମାନଙ୍କରେ ସ୍ୱୟଂ ସହାୟକ ଗୋଷ୍ଠିମାନେ ଅଂଚଳର ବିକାଶ ଓ ସଚେତନତା କ୍ଷେତ୍ରରେ କରିଥିବା କାର୍ଯ୍ୟକ୍ରମ ସଂପର୍କରେ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏସ୍ଏଚଜିର ସଦସ୍ୟ ନମିତା ପାତ୍ର,ସୌଦାମିନୀ ବାରିକ ସଂଯୋଜନା କରିଥିବା ବେଳେ ରଶ୍ମିତା ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସୀତା ବାଡିକ ଅତିଥିମାନଙ୍କୁ ଫୁଲଗୁଛା ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଶେଷରେ ସ୍ମିତା ବାଡିକ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ମହିଳା ସଦସ୍ୟ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ କୋର୍ଡିନେଟର ଶିବ ପ୍ରସାଦ ଦାସ, ସିଷ୍ଟର କୁସୁମ, ଆନିମେଟର ପାର୍ବତୀ ବାଡିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS