ଆଫଗାନିସ୍ତାନରେ ଭୂମିକଂପ; ଦିଲ୍ଲୀ ଓ ଭାରତର ଉତ୍ତରାଂଚଳରେ ଝଟକା


ନୂଆଦିଲ୍ଲୀ, ୩୧ ଜାନୁୟାରୀ: ବୁଧବାର ମଧ୍ୟାହ୍ନରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଂଚଳରେ ଭୂମିକଂପ ହୋଇ ନୂଆଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ପାକିସ୍ତାନର ଲାହୋର ଓ ବେଲୁଚିସ୍ତାନରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ସେହି ପରିବାରର ୯ ଜଣ ସଦସ୍ୟ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଖବର ମିଳିଛି ।
ମଧ୍ୟାହ୍ନ ୧୨ଟା ୩୫ ମିନିଟରେ ଏହି ଭୂମିକଂପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ଥିଲା ରିଚରସ୍କେଲରେ ୬.୧ । ଆଫଗାନିସ୍ତାନ ହିନ୍ଦୁକୁଶ ଅଂଚଳର ୧୯୦ କିମି ଭୂମି ତଳ ଏହି ଭୂକଂପର ଉତ୍ପତ୍ତି ସ୍ଥଳ ଥିଲା ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେରୁ ସୂଚନା ମିଳିଛି । ଭାରତର ଜାମ୍ମୁ ଓ କଶ୍ମୀରରେ ଭୂକଂପ ପ୍ରଭାବରେ ଘରଦ୍ୱାର ଦୋହଲିବାରୁ ଲୋକମାନେ ଭୟରେ ରାସ୍ତାକୁ ଚାଲି ଆସିଥିଲେ । ଉତ୍ତର ପ୍ରଦେଶ, ପଞ୍ଜାବ, ହରିଆନା, ଉତ୍ତରାଖଣ୍ଡରେ ମଧ୍ୟ ଭୂକଂପର ପ୍ରଭାବ ଅନୁଭୂତ ହୋଇଛି । ତେବେ, ଧନ-ଜୀବନ ହାନୀର କୌଣସି ଖବର ନାହିଁ । ଦିଲ୍ଲୀରେ ଭୂକଂପ ଯୋଗୁ କିଛି ସମୟ ପାଇଁ ମେଟ୍ରୋ ଚଳାଚଳ ବନ୍ଦ ହୋଇଯାଇ ଥିଲା ।
ଆଫଗାନିସ୍ତାନର ଏହି ହିନ୍ଦୁକୁଶ ପାର୍ବତ୍ୟାଂଚଳରେ ଜାର୍ମ ଠାରେ ୨୦୧୫ରେ ୭.୫ ତୀବ୍ରତାରେ ଭୂମିକଂପ ହୋଇ ଭୂ-ସ୍ଖଳନ ଏବଂ ଘରଦ୍ୱାର ଭୁଷୁଡିବା ଯୋଗୁ ୩୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିଲା ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS