ରାଉରକେଲାରେ ଆଦର୍ଶ ପାଠାଗାରର ୨୫ତମ ପୁସ୍ତକ ମେଳା ଆରମ୍ଭ
ରାଉରକେଲା, ୬ ଫେବୃୟାରୀ (ମୋ ଅନୁଭବ): ରାଉରକେଲା ଭଂଜ ଭବନ ପରିସରରେ ଆଦର୍ଶ ପାଠାଗାର ତରଫରୁ ୨୫ତମ ପୁସ୍ତକ ମେଳା ଆୟୋଜିତ ହୋଇଛି । ଆରଏସପିର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ ଅଶ୍ୱିନୀ କୁମାର ଏହି ପୁସ୍ତକ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପୁସ୍ତକ ମେଳାର ଚାହିଦା ଉପରେ ଆଲୋଚନା କରିବା ସହ ସାମାଜିକ ଗଣ ମାଧ୍ୟମର ବହୁଳ ବ୍ୟବହାର ସତ୍ୱେ ପୁସ୍ତକ ରଚନା, ପ୍ରକାଶନ ଓ ବିକ୍ରୀ ଉପରେ ଏହାର କୌଣସି ପ୍ରଭାବ ପଡି ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆରଏସପିର କାର୍ମିକ ପ୍ରଶାସନିକ ବିଭାଗର ଇଡି ପିକେ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଓ ଅନୁଷ୍ଠାନର ସଭାପତି ଗୋପିନାଥ ପଟ୍ଟନାୟକ ପୁସ୍ତକ ମେଳା ଲାଗି ରାଉରକେଲା ବାସୀଙ୍କ ଆଗ୍ରହ ବିଷୟରେ ଆଲୋଚନା କରିଥିଲେ । ୧୧ ତାରିଖ ଯାଏ ଏହି ପୁସ୍ତକ ମେଳା ଚାଲିବ । ବିଭିନ୍ନ କାର୍ଯ୍ୟକ୍ରମ ସହ ବିଭିନ୍ନ ଦିବସରେ ରାଜ୍ୟର ପ୍ରତିଷ୍ଠିତ ପ୍ରକାଶନୀ ସଂସ୍ଥା ଓ ସାଂସ୍କୃତିକ ପରିଷଦ ତରଫରୁ କବିତା ଆସର, ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରାଙ୍କନ ପ୍ରତିଯୋଗିତା, କୁଇଜ ପ୍ରତିଯୋଗିତାର ଆୟୋଜନ ରହିଛି । ପୁସ୍ତକ ମେଳାରେ କଟକ,ଭୁବନେଶ୍ୱର, ସମ୍ବଲପୁର,ରାଉରକେଲାର ୭୦ଟି ପ୍ରତିଷ୍ଠିତ ପ୍ରକାଶନୀ ସଂସ୍ଥା ଯୋଗ ଦେଇଥିବା ବେଳେ ୧୨୨ଟି ଷ୍ଟଲ ଖୋଲିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS