‘ଆୟୁଷ୍ମାନ’ ଯୋଜନା: ମୋଦୀ ସରକାରଙ୍କ ଆଭିମୁଖ୍ୟ ସ୍ୱାଗତଯୋଗ୍ୟ
(ରାଉରକେଲାରୁ ଶିବ ପ୍ରସାଦ ଦାସ)
୨୦୧୮-୧୯ ବଜେଟରେ କେନ୍ଦ୍ର ବିଜେପି ସରକାର ଗରିବ ପରିବାରଙ୍କ ପାଇଁ ଆଣିଛନ୍ତି ‘ଆୟୁଷ୍ମାନ’ ଯୋଜନା । ଏହି ଯୋଜନାରେ ରହିଛି ଦଶ କୋଟି ଗରିବ ଭାରତୀୟ ଓ ଦେଶର ଶତକଡା ୪୦ ଭାଗ ଲୋକଙ୍କ ଲାଗି ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପରି ସୁବିଧା । ବାସ୍ତବରେ ଏହା ଏକ ଉଚ୍ଚାକାଂଖୀ ଯୋଜନା । ତେବେ, ଏହି ଯୋଜନାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଯୋଜନାକୁ ନେଇ ଶାସକ ବିଜେପି ଉସôାହିତ ଥିବା ବେଳେ ବିରୋଧୀ ଦଳମାନେ ଏହି ଯୋଜନାକୁ ପ୍ରଶଂସା କରୁଥିଲେ ମଧ୍ୟ ଏଥିପାଇଁ କେନ୍ଦ୍ର ସରକାର କେଉଁ ସୂତ୍ରରୁ ଅର୍ଥ ଯୋଗାଡ କରିବେ ବୋଲି ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି ।
ବାସ୍ତବରେ ୨୦୧୦ ମସିହାରେ ଆମେରିକାର ଓବାମା ପ୍ରଶାସନ ୨.୫ କୋଟି ଗରିବ ଆମେରିକୀୟଙ୍କ ଲାଗି ଏଭଳି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ତାହାକୁ ନକଲ କରିବାକୁ ଚାହୁଁ ଥିଲେ ମଧ୍ୟ ଏହି ଉଚ୍ଚାଭିଳାଶୀ ଯୋଜନା ଲାଗି କେଉଁ ସୂତ୍ରରୁ ଅର୍ଥ ଆଣିବେ ସେ ନେଇ ବଜେଟ ପ୍ରସ୍ତାବରେ କିଛି ଉଲ୍ଲେଖ କରି ନ ଥିବାରୁ ବିରୋଧୀ ଏହାକୁ କେବଳ ଏକ ରାଜନୈତିକ ଚାଲ୍ ବୋଲି କହିଛନ୍ତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜୱାଲା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯଦି ଗୋଟିଏ ପରିବାରକୁ ସରକାର ପାଂଚ ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରେ ତାହେଲେ ସମୁଦାୟ ୧୦କୋଟି ପରିବାର ଲାଗି ଦେଢ଼ ଲକ୍ଷ କୋଟି ଟଙ୍କାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ, ବିଜେପି ନେତା ସୁଧାଂଶୁ ତ୍ରିବେଦୀ କହିଛ.ି ଅର୍ଥ ମନ୍ତ୍ରୀ ଏହି ଯୋଜନାକୁ ପବିତ୍ର ଗୃହରେ ଘୋଷଣା କରିସାରି ଥିବାରୁ ଏହା କାର୍ଯ୍ୟକାରୀ କରିବା ଦିଗରେ ସରକାର ସମସ୍ତ ପ୍ରକାର ପ୍ରତିବଦ୍ଧତା ପ୍ରମାଣିତ କରିବ । ଏହି ଯୋଜନା ନେଇ ନୀତି ଆୟୋଗର ସଦସ୍ୟ ଡ. ବିକେ.ପାଲ କହିଛନ୍ତି, ସରକାର ଯୋଜନାର କାର୍ଯ୍ୟକାରିତା ନେଇ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ।
୨୦୧୧ ଜନଗଣନା ଅନୁସାରେ ସରକାର ପ୍ରତି ପରିବାରକୁ ହିସାବକୁ ନେବେ ଏବଂ ଆଧାର ପରିଚୟକୁ ଏକମାତ୍ର ପରିଚୟ ଭାବେ ଗ୍ରହଣ କରାଯିବ । ଏହି ଯୋଜନା ଅନୁଯାୟୀ ହିତାଧିକାରୀ ଚିକିସôିତ ହେଉଥିବା ହସପିଟାଲକୁ ଏକ ସମୟରେ ପୁରା ବୀମା ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଚଳିତ ବଜେଟରେ ଏଥିଲାଗି ସରକାର ୨୦୦୦ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରିଥିବା ବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ସରକାର ବୃଦ୍ଧି କରିଥିବା ଏକ ପ୍ରତିଶତ ସେସ୍ କୁ ମଧ୍ୟ ସ୍ôାସ୍ଥ୍ୟବୀମା ଯୋଜନାରେ ଖର୍ଚ୍ଚ କରିବାକୁ ସ୍ଥିର କରିଛନ୍ତି । ଆନୁମାନିକ ଏହି ଯୋଜନାରେ ବାର୍ଷିକ ଏଗାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆକଳନ କରିଥିବା ବେଳେ ରାଜ୍ୟ ସରକାର ସେଥିରୁ ୪ ହଜାର କୋଟି ଟଙ୍କା ବହନ କରିବାକୁ ପ୍ରାବଧାନ ରହିଛି । ଏହି ଯୋଜନାକୁ ସଂପୂର୍ଣ୍ଣ ଭାବେ କ୍ୟାସଲେସ୍ କାରବାର ଭାବେ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି । ପ୍ରଥମେ ଏହି ଯୋଜନାରେ ୨୫ କୋଟି ପରିବାରକୁ ସାମିଲ କରଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିବା ବେଳେ ତାହା ସମ୍ଭବ ହେଉ ନ ଥିବାରୁ ୧୦ କୋଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଛି । ସେହିପରି ଏହି ମହତ୍ୱକାଂକ୍ଷୀ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସରକାର ଅକ୍ଟୋବର ୨ ତାରିଖ ଧାର୍ଯ୍ୟ କରିଥିଲେ ମଧ୍ୟ ଏଥି ଲାଗି ଏକ ଲମ୍ବା ସମୟର ଆବଶ୍ୟକତା ରହିଛି । ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଚୟନ ଭଳିି ଏହି ଯୋଜନାରେ ଯଦି ହିତାଧିକାରୀ ଚୟନ ହୁଏ ତେବେ ବହୁ ଗରିବ ପରିବାର ଏହି ଯୋଜନାରୁ ଲାଭ ପାଇବାରୁ ବଂଚିତ ହେବାର ଆଶଂକା ରହିଛି । ବିରୋଧୀଙ୍କ ସମାଲୋଚନା ଯାହା ହେଉନା କାହିଁକି ଦୀର୍ଘ ଦିନ ପରେ ସରକାର ସ୍ôାସ୍ଥ୍ୟ ପରି ଏକ ସ୍ପର୍ଶକାତର ପ୍ରସଙ୍ଗରେ ଆଗ୍ରହ ଦେଖାଇଥିବା ସ୍ୱାଗତଯୋଗ୍ୟ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS