ଡ଼ୁଡ଼ୁମା କଲୋନୀ ଅଗ୍ନି ବିପନ୍ନଙ୍କୁ ଲୁଗା ବଂଟନ
ବ୍ରହ୍ମପୁର (ମୋ ଅନୁଭବ): ନିକଟରେ ଡ଼ୁଡ଼ୁମା କଲୋନୀ ଗେଟା ସାହିରେ ଘଟି ଥିବା ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇ ଥିବା ବିପନ୍ନ ପରିବାରଙ୍କୁ ସୁପରିଚିତ ସାମାଜିକ କର୍ମୀ ତଥା ଶିକ୍ଷୟତ୍ରୀ ଉଷାରାଣୀ ପଟ୍ଟନାୟକଙ୍କ ନେତୃତ୍ୱରେ ଲୁଗା, ପୋଷାକ ଓ ଆର୍ଥିକ ସହାୟତା ବଂଟନ କରାଯାଇଛି । ବ୍ରହ୍ମପୁର ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସ୍ଥାନୀୟ କର୍ପୋରେଟର ଭାନୁମତୀ ବିଶୋୟୀ. ସ୍ୱେଚ୍ଛାସେବୀ ଉଦ୍ଧବ ବିଶୋୟୀ ପ୍ରମୁଖଙ୍କ ଉପସ୍ଥିତିରେ ଏହି ସହାୟତା ବଂଟନ କରାଯାଇଥିବା ବେଳେ ପୂର୍ବତନ ସିଆରସିସି ମଳୟ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ସେଠୀ, ସିଆରସିସି ଜୟସେନ ପ୍ରଧାନ, ଶିକ୍ଷୟତ୍ରୀ ରେଣୁକା ମଂଜରୀ ଦେବୀ, ଶିକ୍ଷକ ଅବନୀ ପାଢୀ, ରାଧାବଲ୍ଲଭ ପଟ୍ଟନାୟକ, ରାମଚନ୍ଦ୍ର ଦାସ, ସ୍ଥାନୀୟ ଅଂଚଳର ଯୁବ ସମାଜସେବୀ ବାବୁଲା ଶୁକ୍ଲା, ଚନ୍ଦ୍ରଶେଖର ସାହୁ ପ୍ରମୁଖ ସହାୟତା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS