ଭାଲେଂଟାଇନ୍ ଡ଼େ’କୁ ବିରୋଧ ନା ପବ୍ଲିସିଟି ଷ୍ଟଂଟ୍ !
ଭୁବନେଶ୍ୱର,୧୬ ଫବୃୟାରୀ: ବୁଧବାର ଥିଲା ଭାଲେନ୍ଟାଇନ୍ ଡେ’ । ପ୍ରେମୀ ଯୁଗଳଙ୍କ ଭାବ ଆଦାନ ପ୍ରଦାନକୁ ଅପସଂସ୍କୃତି କହି ବିରୋଧ କରୁଥିବା ଦକ୍ଷିଣପନ୍ଥୀ ସକ୍ରୀୟ ହୋଇ ଉଠି ଥିଲେ ରାଜଧାନୀ ଭୁବନେଶ୍ୱରରେ । ଜଣାଶୁଣା ରାଜନୈତିକ ସଂଗଠନ ‘କଳିଙ୍ଗ ସେନା’ ମଧ୍ୟ ଏଥିରେ ସାମିଲ ଥିଲା । ପୂରାତନ ଓ ନୂତନ ଏୟାରପୋର୍ଟ ପାଖ, ଏକାମ୍ର ପାର୍କ, ଇନ୍ଦିରା ଗାନ୍ଧି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ଖଣ୍ଡଗିରି ସ୍ଥିତ ଜୟଦେବ ବାଟିକା, ନନ୍ଦନକାନନ ସ୍ଥିତ ବଟାନିକାଲ ଗାର୍ଡେନ, ସହିଦ ନଗର ସ୍ଥିତ ଆଇନକ୍ସ୍, ବିଗ୍ ବଜାର, ଏକାମ୍ର ହାଟ, ମେ’ଫେୟାର ହୋଟେଲ, ହୋଟେଲ ପ୍ରେସିଡେନ୍ସି, ସ୍ୱସ୍ତି ପ୍ରିମିୟମ୍, ସ୍ୟାଣ୍ଡି ଟାୱାର୍, ମାରିଅନ୍, ଇନ୍ଫୋସିସ୍ ଏବଂ ଶିଖରଚଂଣ୍ଡି ଅଂଚଳର ପ୍ରମୁଖ ସ୍ଥାନରେ ରାଜଧାନୀର ୫ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିବାଦ କରିବା ସହ ତଥାକଥିତ ଅପସଂସ୍କୃତିରେ ଲିପ୍ତ ଥିବା ପ୍ରେମୀ ଯୁଗଳମାନଙ୍କୁ ବିରୋଧ ପାଇଁ ପ୍ରସ୍ତୁତ ହୋଇ ବରମୁଣ୍ଡା ସ୍ଥିତ କଳିଙ୍ଗ ସେନା ମୁଖ୍ୟ କାର୍ଯ୍ୟାଳୟରୁ ବାଇକ୍ ର୍ୟାଲିରେ ବାହାରିବା ବେଳେ କମିଶନରେଟ୍ ପୋଲିସ୍ ଝପଟି ନେଇ ଥିଲେ ସେନା ସୁପ୍ରିମୋ ହେମନ୍ତ ରଥଙ୍କ ସମେତ ସାଧାରଣ ସମ୍ପାଦକ ଜଗବନ୍ଧୁ ମହାନ୍ତ, ନାରୀ ସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ସାଧାରଣ ସମ୍ପାଦିକା ରଶ୍ମିତା ସାହୁ, ଯୁବ ସେନା ଅଧ୍ୟକ୍ଷ ସ୍ମାରକ ରଂଜନ ସାମଲ, ସେନାର ମୁଖପାତ୍ର ନିହାର ପାଣି, ଛାତ୍ର ସେନା ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀ, ସସ୍ମିତା ନାଏକ, ରଶ୍ମିତା ପାହାଡ ସିଂ, ଚନ୍ଦନ ନାଏକ ପ୍ରମୁଖଙ୍କୁ । ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିବା ପରେ ପୁଲିସ ସେମାନଙ୍କୁ ଛାଡି ଥିଲା । କଳିଙ୍ଗ ସେନା ଏହାକୁ ପୁଲିସ ପୁଲିସ ମାତ୍ରାଧିକ୍ୟ କହିଥିବା ବେଳେ ସେନାର ବିରୋଧୀମାନେ ଏହାକୁ ‘ପବ୍ଲିସିଟ୍ ଷ୍ଟଂଟ୍’ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS