ଭାଇରାଲ ହୋଇଛି ସୌମ୍ୟ – ପାଂଡିଆନ୍ ଙ୍କ ଫୁସଫୁସ୍ ଫଟୋ !
ଭୁବନେଶ୍ୱର,୧୬ ଫବୃୟାରୀ: ବିରିଷ୍ଠ ଆଇଏଏସ୍ ଅଧିକାରୀ କାର୍ତିକେୟନ୍ ପାଂଡିଆନ ଗଂଜାମରୁ ଆସି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସଚିବାଳୟର ତୃତୀୟ ମହଲାରେ ବସିବା ପରେ ଯେଭଳି ରାଜ୍ୟର ଶାସନ କଳକୁ ନିୟନ୍ତ୍ରଣ କଲେ ସେଥିରେ କେବଳ ବିଜେଡ଼ର ତୁଂଗି ନେତାମାନେ ନୁହନ୍ତି, ମିଡିଆ ମାଲିକମାନେ ବି ଅସହିଷ୍ଣୁ ହୋଇ ପଡ଼ିଥିଲେ । ଫଳରେ, ମିଡ଼ିଆ ସହ ପାଂଡିଆନଙ୍କ ସଂପର୍କ ଏକପ୍ରକାର ତୀକ୍ତ ଥିଲା । କେନ୍ଦ୍ରପଡା ସାଂସଦ ବେଜେୟନ୍ତ ପଣ୍ଡାଙ୍କ ପରିବାରର ମାଲିକାନାରେ ଥିବା ବୈଦ୍ୟୁତିକ ଗଣମାଧ୍ୟମ ବିଜେଡ଼ି ଓ ରାଜ୍ୟ ସରକାରଙ୍କ ପ୍ରଚାରର ମାଧ୍ୟମ ଥିଲା । ବୈଜୟନ୍ତଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କ ତୀକ୍ତ ହେବା ପର ଠାରୁ ଏହି ସମୀକରଣ ବଦଳିଛି । ବୈଜୟନ୍ତଙ୍କୁ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରି ଦଳରୁ ବାହାରକୁ ବାଟ ଦେଖାଇ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାନେ ଚଖାଇବା ପାଇଁ ବ÷ଜୟନ୍ତଙ୍କ ମିଡ଼ିଆ ଗୋଟିଏ ପରେ ଗୋଟିଏ ଅସ୍ତ୍ର ଫିଙ୍ଗୁ ଥିବା ବେଳେ ନବୀନ ମଧ୍ୟ ସଂପୃକ୍ତ ମିଡ଼ିଆ ହାଉସ୍ ର ପ୍ରଭାବକୁ ସଂକୁଚିତ କରିବା ପାଇଁ ବିକଳ୍ପ ଅସ୍ତ୍ର ଖୋଜି ସାରିଲେଣି । କିଛି ମାସ ତଳେ ଇଷ୍ଟର୍ଣ୍ଣ ମିଡ଼ିଆର ମାଲିକ ସୌମ୍ୟ ରଂଜନ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଂଚି ସୌଜନ୍ୟମୂଳକ ସାକ୍ଷାତ କରିବା ବା ମୁଖ୍ୟମନ୍ତ୍ରୀ ତାଙ୍କୁ ଡ଼କାଇ ସାକ୍ଷାତର ସୁଯୋଗ ଦେବା ମିଡ଼ିଆ ଜଗତକୁ ଚର୍ଚ୍ଚାର ଖୋରାକ ଯୋଗାଇ ଥିଲା। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଂଡିଆନ୍ ଙ୍କ ସରକାରୀ ବାସଭବନ ଉପରେ ବିଜେପି ଯୁବ ମୋର୍ଚ୍ଚାଙ୍କ ଗୋବର ମାଡ ଓ ଭଙ୍ଗାରୁଜା ଘଟଣା ପରେ ବୈଜୟନ୍ତଙ୍କ ମିଡ଼ିଆକୁ ସାବାଡ୍ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱୀ ମିଡ଼ିଆକୁ ଅସ୍ତ୍ର କରିଛି ବିଜେଡ଼ି । କାରଣ, ଗୋବର ମାଡ କରିଥିବା ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ବିକ୍ଷୋଭ ସମୟରେ ସାଂସଦ ବୈଜୟନ୍ତ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷରେ ସ୍ଲୋଗାନ ଦେଇ ଥିଲେ । ବୈଜୟନ୍ତଙ୍କ ମିଡ଼ିଆ ମଧ୍ୟ କୁନ୍ଦୁଲି ଘଟଣାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ଯୋଜନାର ଜିରାରୁ ଶୀରା କାଢି କଟୁ ସମାଲୋଚନା କରଛି । ଏହି ମିଡ଼ିଆ ସଂସ୍ଥା ବିଜେପିର ପ୍ରଚାର ମାଧ୍ୟମ ହୋଇଛି ବୋଲି ନିକଟରେ ବିଜେଡ଼ି ଅଭିଯୋଗ କରିବା ସହ ସଂପୃକ୍ତ ବୈଦ୍ୟୁତିକ ମିଡ଼ିଆ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ଆଣିଛି । ବିଜେଡ଼ି ୁପ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ମୁଖପାତ୍ର ପ୍ରତାପ ଦେବ ନିକଟରେ ନିର୍ବାଚନ କମିସନଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି । ବୈଜୟନ୍ତଙ୍କ ସହ ବିଜେଡ଼ି ବା ନବୀନଙ୍କ ଶୀତଳଯୁଦ୍ଧର ପରିଣତି ଦେଖିବାକୁ ମିଳୁଛି ପ୍ରତିଦ୍ୱନ୍ଦ୍ୱୀ ମିଡ଼ିଆ ସହ ନବୀନ ଓ କାର୍ତିକେୟନ୍ ଙ୍କ ସଂପର୍କରେ ଆଶାତୀତ ସୁଧାର ଆସିବା କଥାରୁ । ନୀବନଙ୍କ ବିଭିନ୍ନ ସଭା, ସମିତିରେ ଏବେ ସୌମ୍ୟଙ୍କ ଉପସ୍ଥିତି ଏହି ସୂଚନା ଦେଉଛି । ୧୫ ତାରିଖ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭାରତୀୟ ହକି ଦଳର ନୂତନ ଜର୍ସି ଓ ଲୋଗୋ ଉନ୍ମୋଚନ ଉତ୍ସବରେ ସୌମ୍ୟ ରଂଜନଙ୍କ ଉପସ୍ଥିତି ଏବଂ ସଭା ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଂଡିଆନଙ୍କ ସହ ଦେହଘଷା ହୋଇ ବସିବା ସହ ଦୁହେଁ କାନ ଫୁସା ହେବା ଫଟୋ ହ୍ୱାଟ୍ସଆପ୍ ଓ ଫେସ୍ ବୁକ୍ ରେ ଭାଇରାଲ୍ ହୋଇଛି । ଦିନ ଥିଲା ଜଣକ କଥା ପଡିଲେ ଅନ୍ୟ ଜଣକର ନାହି ଡ଼େଉଁ ଥିଲା । ଆଜି ବୈଜୟନ୍ତଙ୍କ କାରଣରୁ ସଲାସୁତାରା ହୋଇ ଗଲା ବୋଲି ମିଡ଼ିଆ ଜଗତରେ ଆଲୋଚନା ହେଉଛି । ରାଜ୍ୟ ସଭା ଟିକଟ ଲୋଭ ମଧ୍ୟ ଆଉ ଏକ କାରଣ ହୋଇ ପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS