‘କାନଭାସ୍’ ଅନୁଷ୍ଠାନ ପକ୍ଷରୁ ରାଉରକେଲା ଦିବସ ପାଳିତ
ରାଉରକେଲା,୦୫ ମାର୍ଚ୍ଚ (ମୋ ଅନୁଭବ): ନିକଟରେ ‘କାନଭାସ୍’ ଅନୁଷ୍ଠାନ ପକ୍ଷରୁ ରାଉରକେଲା ଦିବସ ପାଳିତ ହୋଇଯାଇଛି । ଏଥିରେ ‘ଏମ୍ସ’ର ରିସର୍ଚ୍ଚ ଡିନ୍ ତଥା ଜଗାବଳିଆର ସଫଳ ଅସ୍ତ୍ରୋପଚାର କରି ନୂଆ ଦିଗନ୍ତ ସୃଷ୍ଟି କରିଥିବା ଓଡିଆ ଡାକ୍ତର ବୈଜ୍ଞାନିକ ଡ.ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏମସିଏଲ୍ ର କାର୍ମିକ ପ୍ରଶାସନ ବିଭାଗର ନିଦେ୍ର୍ଦଶକ ଏଲ୍.ଏନ୍. ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଉରକେଲାର ଏ୍ୟ÷ତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଡ. ମହାପାତ୍ର ତାଙ୍କ ଜୀବନର ଅନୁଭୁତି ସଂପର୍କରେ ଆଲୋଚନା କରିବା ସହ ଦେଶ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଶ୍ ପଛୁଆ ରହି ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ବିଶ୍ୱର ୧୮୮ ତମ ସ୍ଥାନରେ ରହିଛି ଏବଂ ଦେଶରେ ଏଯାବତ୍ ୧୨ ଲକ୍ଷରୁ ଉଦ୍ଧ୍ୱର୍ ଡାକ୍ତର ପଦବୀ ଖାଲି ପଡିଛି ବୋଲି ସେ ସୂଚନା ଦେଇ ଥିଲେ । ଡ଼. ମହାପାତ୍ର କହିଲେ, ଅର୍ଥ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସୁଖ ନିଦ୍ରାକୁ କିଣା ଯାଇ ପାରିବ ନାହିଁ ; ଏଥି ଲାଗି ସାମାଜିକ, ଶାରିରୀକ ଓ ଆଧ୍ୟାମିôକ ଦୃଷ୍ଟିରୁ ସମୃଦ୍ଧ ହେବା ଆବଶ୍ୟକ । ସେହିପରି ଅନ୍ୟତମ ଅତିଥି ଏମସିଏଲ୍ ର ନିଦେ୍ର୍ଦଶକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ରାଉରକେଲା ସ୍ମୃତିର ଅବତାରଣା କରି ଏହି ସହରର ସାମାଜିକ ସଦ୍ଭାବନାର ଉଚ୍ଚ ପ୍ରଶଂସା କରିଥିଲେ ।
ଏହି ଅବସରରେ କଣ୍ଠଶିଳ୍ପୀ କରୁଣାକରଙ୍କ ଦ୍ୱାରା ରାଉରକେଲାର ସୁନାମଧନ୍ୟ ଗୀତିକାର ପଂଚାନନ ନାୟକଙ୍କ ରଚିତ କବିତା ‘ଗପଟିଏ ଗୀତଟିଏ ଲେଖୁଛି ମୁଁ ରାଉରକେଲା ପାଇଁ………. ବନ୍ଧୁରେ ସାଥୀରେ ସବୁଠୁ ନିଜର ରାଉରକେଲା ମୋ ପାଇଁ…………..’ ଉପସ୍ଥିତ ଦର୍ଶକଙ୍କୁ ମୋହିତ କରିଥିଲା । ଶେଷରେ ‘କାନଭାସ୍’ ପରିବାର ତରଫରୁ ଡ. ମହାପାତ୍ରଙ୍କୁ ସମ୍ମାନଜନକ ‘ଓଡିଶା ରତ୍ନ’ ସମ୍ମାନ ଓ ଶ୍ରୀ ମିଶ୍ରଙ୍କୁ ‘ରାଉରକେଲା ରତ୍ନ’ ସମ୍ମାନ ପ୍ରଦାନ କରାଯାଇଥିଲା । ଓଡିଶା ସରକାର ଡ. ମହାପାତ୍ରଙ୍କ ପରି ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ସ୍ୱଛ ଭାରତ ଯୋଜନାର ବ୍ରାଣ୍ଡ ଆମ୍ବାସିଡର ଭାବେ ମନୋନୀତ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ‘କାନଭାସ୍’ ଅନୁଷ୍ଠାନର ସଧାରଣ ସଂପାଦକ ସୁରେଶ ଚନ୍ଦ୍ର ପ୍ରଧାନ, ହରିହର ରାଉତରାୟ, ରମେଶ ଚନ୍ଦ୍ର ବଳଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS