ରଜନୀକାନ୍ତ ଦାସଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ
ରାଉରକେଲା,୦୫ ମାର୍ଚ୍ଚ (ମୋ ଅନୁଭବ): କଲଚରାଲ ଏକାଡେମୀ ଏବଂ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ଜନବାଦୀ ସାହିତ୍ୟକ ତଥା କଲଚରାଲ ଏକାଡେମୀର ଅନ୍ୟତମ ପ୍ରତିଷ୍ଠାତା ରଜନୀକାନ୍ତ ଦାସଙ୍କ ଜନ୍ମ ଶତବାର୍ଷିକୀ ନିକଟରେ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ.ପ୍ରଭାତ ମଲ୍ଲିକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ବର୍ଷିଆନ ସାହିତ୍ୟକ ଭୂପେନ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଅଦ୍ୱେତ ପ୍ରସାଦ ବିଶ୍ୱାଳ, ପ୍ରକାଶ ଦାସ, ଡ.ବିଭୁତି ପଣ୍ଡା ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇ ପ୍ରାକ୍ ରାଉରକେଲା ଗଠନ ଓ ଷାଠିଏ ଦଶକର ରାଉରକେଲାରେ ଓଡିଆ ଭାଷାର ସ୍ଥିତି ଓ ରଜନୀକାନ୍ତ ଦାସଙ୍କ ଓଡିଆ ଅସ୍ମିତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିଭଳି ସାମ୍ୟବାଦ ଦର୍ଶନ ସହ ରଜନୀକାନ୍ତ ଦାସଙ୍କ ସାହିତ୍ୟର ସଂପର୍କର ଅବତାରଣା କରିବା ସହ କଲଚରାଲ ଏକାଡେମୀ ପ୍ରତିଷ୍ଠା, ନବପତ୍ରର ଆରମ୍ଭ ଓ ଲେଖା ଚୟନର ଧାରା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ନବପତ୍ରର ‘ଗାନ୍ଧୀ ଚିନ୍ତନ’ ବିଶେଷାଙ୍କକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କବିୟତ୍ରୀ ବବିତା ମହାପାତ୍ର ଓ ବିଷ୍ଣୁପ୍ରିୟା ମହାପାତ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସଂପାଦକ ଅକ୍ଷୟ ସାମଲ, ଉପ ସଭାପତି ପାଶୁପତି ନାଥ ଚାଟ୍ଟାର୍ଜୀ, ଡ. ନଗେନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS