ରାଉରକେଲାରେ ସିଡ୍ଲ୍ୟଏସ ପକ୍ଷରୁ ୫ଟି ସ୍ଥାନରେ ମେଗା ମହିଳା ଦିବସ କାର୍ଯ୍ୟକ୍ରମ


ରାଉରକେଲା, ୧୦ ମାର୍ଚ୍ଚ : କମ୍ୟୁନିଟି ୱେଲଫେୟାର ସୋସାଇଟି ପକ୍ଷରୁ ରାଉରକେଲାରେ ଏକା ସାଙ୍ଗରେ ୫ଟି ସ୍ଥାନରେ ମହିଳା ଦିବସ ଉପଲକ୍ଷେ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୀତଳପଡା ଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଅନୁଷ୍ଠାନର ମୁଖ୍ୟ ଫାଦର ବେନୀଚେନ କେ ପିଟର କହିଥିଲେ, ଦୀର୍ଘଦିନ ଧରି ମହିଳାମାନେ ପୁରୁଷ ପ୍ରଧାନ ସମାଜରେ ଅବହେଳିତ ଅବସ୍ଥାରେ ରହି ଆସିଛନ୍ତି । ଦେଶରେ ରାଜନୈତିକ କ୍ଷେତ୍ରରେ ହେଉ ବା ସାମାଜିକ କ୍ଷେତ୍ରରେ ହେଉ ମହିଳା ପ୍ରତିନିଧିତ୍ୱର ହାର ବହୁତ କମ୍ । ତେଣୁ ବସ୍ତି ଅଂଚଳରେ ଗରିବ ପରିବାରଙ୍କୁ ନେଇ ଗଠନ କରାଯାଇ ଥିବା ସ୍ୱୟଂ ସହାୟକ ଗୋଷ୍ଠିମାନେ ଏ କ୍ଷେତ୍ରରେ ଉପଯୁକ୍ତ ନେତୃତ୍ୱ ନେବା ସହ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମର ବାସ୍ତବ ଭାଗୀଦାର ହୁଅନ୍ତୁ । ଶୀତଳପଡାରେ ଆୟୋଜିତ କାର୍ଯ୍ୟକ୍ରମରେ ପାନପୋଷ ଆଇସିଡିଏସର ସୁପରଭାଇଜର ସଂଧ୍ୟାରାଣୀ ଲେଙ୍କା ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଡଭୋକେଟ ଆରତି ଚୌଧୁରୀ ଯୋଗ ଦେଇଥିଲେ । ଗୋପବନ୍ଧୁପାଲ୍ଲୀ କେନ୍ଦ୍ର ପକ୍ଷରୁ ରେଲୱେ କଲୋନୀ ନିକଟ ବାଲାଜୀ ମୈଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ମଂଜୁଳା ରଥ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜେଶ୍ୱରୀ ଦେବୀ, ମିନତୀ ଦେବତା, ପ୍ରକାଶ ପାଶୱାନ, ରାଉରକେଲା ଜାଗରଣ ମଂଚର ସଭାପତି ରିଙ୍କୁ ସାମଲ, ଆଫ୍ରୋଜ ଅହମ୍ମଦ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମତ ବିନିମୟ କରିଥିଲେ । ସେକ୍ଟର-୩ ବାସ୍ତନୀ ପୂଜାମଣ୍ଡପ ପଡିଆ ଠାରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ସୁନୀତା ଦେବୀ ଓ କଳ୍ପନା ଶତପଥି ଯୋଗ ଦେଇ ମହିଳାମାନଙ୍କୁ ଉଦବୋଧନ ଦେଇ ଥିଲେ । ସେହିଭଳି, ସେକ୍ଟର-୬ ପୂଜାମଣ୍ଡପ ଠାରେ ସମାଜସେବୀ ମିନାକ୍ଷୀ ଧର ଓ ଲିସା ଦେବୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଆମ୍ବାଗାନ ମାର୍କେଟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମୁନିସିପାଲିଟି ଅଧ୍ୟକ୍ଷା ରେଣୁବାଳା ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ଯୁବ ସମାଜସେବୀ ଗଣେଷ ଜୟସିଂ, ରାଜେଶ ନାଗ, ସନ୍ତୋଷ ତନ୍ତୀ ପ୍ରମୁଖ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟ ମାନଙ୍କୁ ଉସôାହିତ କରିଥିଲେ । ଏହି ଅବସରରେ ବିଭିନ୍ନ କେନ୍ଦ୍ରମାନଙ୍କରେ ସାଦ୍ରୀ, ସାନ୍ତାଳୀ, ସମ୍ବଲପୁରୀ ଆଦି ଅଦିବାସୀ ନୃତ୍ୟ ସହ ବିଭିନ୍ନ ସାଂସ୍ଖୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କେନ୍ଦ୍ର ତରଫରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ, ଆଦର୍ଶ ସ୍ୱୟଂ ସହାୟକ ଗୋଷ୍ଠୀ, ଆଦର୍ଶ ପରିବାରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠିର ସଦସ୍ୟମାନେ ପରିଚାଳନା କରିଥିବା ବେଳେ ସେଂଟର କୋର୍ଡିନେଟର ସିଷ୍ଟର ନୀଲକମଲ, ସିଷ୍ଟର ପ୍ରମିଳା, ସିଷ୍ଟର କୁସୁମ, ବ୍ରଦର ଆଜିସ୍ ଓ ପ୍ରଫୁଲ କୁମାର ଲାକ୍ରା ବିଭିନ୍ନ କେନ୍ଦ୍ରରେ ସିଡ୍ଲ୍ୟୁଏସର ଚଳିତ ବର୍ଷ କରାଯାଇ ଥିବା କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ଆନିମେଟର ରାଧା ଭୂୟାଁ, ଉମା ଜେନ୍, ରୀନା ମଣ୍ଡଳ, ସୁନିତା ଭଗତ, ମଧୁସ୍ମିତା ବୈଠା, ପାର୍ବତୀ ବଡାଇକ, ରୀନା ମହାନ୍ତି, ବନିତା ଜେନା, ଉର୍ମିଳା ତାଣ୍ଡି, ସୌଭାଗିନୀ ମହାନ୍ତି, ସୁଜାତା ସାମନ୍ତରାୟ, ସରିତା ନାୟକ, ଜେବା ଖାତୁନ, ଚନ୍ଦ୍ରକାନ୍ତି ଭୋଇ, କାଜଲ ଦେବୀ, ସବିତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲାର ୩୦ଟି ବସ୍ତିର ୩୬୦ଟି ସ୍ୱୟଂ ସହାୟକ ଦଳର ସଦସ୍ୟ ସମେତ ଦଶ ହଜାରରୁ ଅଧିକ ଜନସମାଗମ ଦେଖିବାକୁ ମିଳିଥିଲା । ପ୍ରୋଗ୍ରାମ କୋର୍ଡିନେଟର ଶିବ ପ୍ରସାଦ ଦାସ କାର୍ଯ୍ୟକ୍ରମ ତଦାରଖ କରିଥିଲେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS