ମସଜିଦ ଜମାଲ ରଜାରେ ଜୁମା ନମାଜ ପାଠର ଶୁଭାରମ୍ଭ
ବ୍ରହ୍ମପୁର, ୧୦ ମାର୍ଚ୍ଚ : ସ୍ଥାନୀୟ ସୋମନାଥ ନଗର ପଂଚମ ଲାଇନରେ ଥିବା ମସଜିଦ ଜମାଲ ରଜାରେ ୯ ତାରିଖ ଶୁକ୍ରବାର ଦିନ ଜୁମା ନମାଜ ପାଠର ଶୁଭ ଉଦ୍ଘାଟନ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରେଲି ଧର୍ମଗୁରୁ ହଜରତ ଜମାଲ ରଜା ଖାନ୍ ଯୋଗ ଦେଇ ଜୁମା ନମାଜ ପାଠର ଶୁଭାରମ୍ଭ କରିଥିଲେ । ମସଜିଦ କମିଟି ଏହି ଉତ୍ସବର ଆୟୋଜନ କରିଥିଲା । ଶୁକ୍ରବାର ଜୁମା ନମାଜ ପାଠ ପରେ ଲଙ୍ଗର୍ ର ଆୟୋଜନ କରାଯାଇଥିଲା । ଏହି ଉତ୍ସବରରେ ଗଞ୍ଜାମ, ଗଜପତି ଓ ଆନ୍ଧ୍ର ପ୍ରଦେଶରୁ ୧୫୦୦ରୁ ୧୮୦୦ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । କଂଟାବାଂଜି ବିଧାୟକ ମହମ୍ମଦ ଆୟୁବ ଖାନ୍ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ବୋଲି ସଭାପତି ହାଜି ଏସ. ଏ. ରସିଦ ସୂଚନା ଦେଇଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS