ଜାତୀୟ ନାଟକ ମହୋତ୍ସବ: ଦ୍ୱିତୀୟ ସଂଧ୍ୟାରେ ନାଟକ ‘ଗୀତ ଗୋବିନ୍ଦ’ ଏବଂ ତୃତୀୟ ଦିବସରେ କ୍ଷୁଦ୍ର ନାଟକ ‘ମୋ ଗାଁ ସୁନ୍ଦର’ ଓ ‘ଚାରୁଲତା’ ପ୍ରଦର୍ଶିତ


ରାଉରକେଲା (ମୋ ଅନୁଭବ ): ସ୍ଥାନୀୟ ସିଭକ ସେଂଟର ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଜାତୀୟ ନାଟକ ମହୋସôବର ଦ୍ୱିତୀୟ ଦିବସରେ କିଂଶୁକ୍ ବନେ୍ଦାପଧ୍ୟାୟଙ୍କ ରଚିତ ଓ ନିଦେ୍ର୍ଦଶିତ ନାଟକ ‘ଗୀତ ଗୋବିନ୍ଦ’ ପ୍ରଦର୍ଶିତ ହୋଇଥିବା ବେଳେ ତୃତୀୟ ଦିବସରେ ରାଉରକେଲା ବାଜିରାଉତ ଶିକ୍ଷା ନିକେତନର ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଟ୍ୟକାର ସୁରେନ୍ଦ୍ର ପାଢ଼ୀଙ୍କ ରଚନା ଓ ନିଦେ୍ର୍ଦଶିତ ନାଟକ ‘ମୋ ଗାଁ ସୁନ୍ଦର’ ଓ ଦ୍ୱିତୀୟ ଭାଗରେ ସୋମା ଚକ୍ରବର୍ତିଙ୍କ ନିଦେ୍ର୍ଦଶିତ ଓ ବିଶ୍ୱ କବି ରବିନ୍ଦ୍ରନାଥ ଟେଗୋରଙ୍କ ମୂଳ ବଙ୍ଗଳା ଓ ହିନ୍ଦୀ ରୂପାନ୍ତର ନାଟକ ‘ଚାରୁଲତା’ ପ୍ରଦର୍ଶିତ ହୋଇଥିଲା । କ୍ରିଏଟିଭ୍ ଆର୍ଟ ପରଫରମର୍ସ, କୋଲକତା ଦ୍ୱାରା ପ୍ରଦର୍ଶିତ ନାଟକ ‘ଗୀତ ଗୋବିନ୍ଦ’ରେ ବଙ୍ଗଳା ଗା୍ରମ୍ୟ ଜୀବନ ଓ ଧାର୍ମିକ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିବା ବେଳେ ‘ମୋ ଗାଁ ସୁନ୍ଦର’ ନାଟକରେ ସ୍ୱଛ ଭାରତ ଅଭିଯାନ କେବଳ ଲୋକ ଦେଖାଣିଆ ନ ହୋଇ ବାସ୍ତବରେ ଏହା କାର୍ଯ୍ୟରେ ରୂପାନ୍ତର ହେବା ଆବଶ୍ୟକ ବୋଲି ବାର୍ତା ପ୍ରଦାନ କରାଯାଇଥିଲା । ସେହି ଭଳି ବିହାର ପାଟନାରୁ ଆସିଥିବା ‘ପ୍ରାଙ୍ଗଣ’ ଅନୁଷ୍ଠାନ ତରଫରୁ ପ୍ରଦର୍ଶିତ ନାଟକ ‘ଚାରୁଲତା’ରେ ବଙ୍ଗଳାବାସୀଙ୍କ ସାହିତ୍ୟ ପ୍ରୀତି, ଖବରକାଜ ପ୍ରକାଶନ ଜନିତ ସମସ୍ୟା, ଆତ୍ମୀୟ ସହୋଦରଙ୍କ ବିଶ୍ୱାସଘାତକତାର ନିଛକ ପ୍ରତିଛବି ଦେଖିବାକୁ ମିଳି ଥିଲା । ବିଭିନ୍ନ ଦିବସରେ ରାଉରକେଲା ଇସ୍ପାତ କାରଖାନାର ମହାନଦେ୍ର୍ଦଶକ ନିରୋଦ ସାମନ୍ତରାୟ, ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ, ପ୍ରାଧ୍ୟାପକ ପ୍ରଭାତ ମଲ୍ଲିକ, ଜିଲ୍ଲା ସୂଚନା ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ନାଟ୍ୟବନ୍ଧୁ ନାରାୟଣ ପତି, ଶକୁନ୍ତଳା କିଶାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ନାଟ୍ୟକାର ଶରତ କୁମାର ଦାସ ଓ ବଂଶୀବାଦକ ନରେନ୍ଦ୍ର କୁମାରଙ୍କୁ ‘ସଂପର୍କ ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇ ଥିଲା । ଆର୍ ଏସ ପି କର୍ମଚାରୀ ମାୟାଧର ଭୋଳଙ୍କୁ ମଧ୍ୟ ଏହି ଅବସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସୁବ୍ରତା ପତି, ବିଜୟ ପାତ୍ର, ଭାସ୍କର ମହାପାତ୍ର, ରାଜୀବ ପାଣି, ଅନିଲ କୁମାର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS