ଜାତୀୟ ନାଟକ ମହୋତ୍ସବର ଅନ୍ତିମ ସଂଧ୍ୟାରେ ନାଟକ ‘ପାରଲି’ ପ୍ରଦର୍ଶିତ
ରାଉରକେଲା, ୦୨ଏପ୍ରିଲ (ମୋ ଅନୁଭବ ): ରାଉରକେଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ସମ୍ପକ’ର୍ ତରଫରୁ ବିଶ୍ୱ ନାଟ୍ୟ ଦିବସ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ପ୍ରତିଯୋଗିତାର ଅନ୍ତିମ ଦିବସରେ ଭାସ୍କର ମହାପାତ୍ରଙ୍କ ରଚିତ ଓ ଲାଲା ବିରେନ ରାୟଙ୍କ ନିଦେ୍ର୍ଦଶିତ ଆଦିବାସୀ ନାଟକ ‘ପାରଲି’ ପ୍ରଦର୍ଶିତ ହୋଇଯାଇଛି । ଏହି ନାଟକକୁ ଭୁବନେଶ୍ୱରର ନାଟ୍ୟ ଅନୁଷ୍ଠାନ ‘ଆମେ ସୃଷ୍ଟି’ର କଳାକାରମାନେ ପରିବେଷଣ କରିଥିଲେ । ନାଟକଟି ଆଦିବାସୀ ଗ୍ରାମ୍ୟ ଜୀବନରେ ଚାଲିଥିବା ଶୋଷଣ ଓ ଆଦିବାସୀଙ୍କ ସରଳତା ଉପରେ ପର୍ଯ୍ୟବଶିତ ଥିଲା । ଆଦିବାସୀ ଲୋକ ସଂସ୍କୃତି କିପରି ବିପଥଗାମୀ ହେବା ସହ ଆଦିବାସୀମାନେ ସାହୁକାର ଓ ମଦ ମାଫିଆଙ୍କ ଶୋଷଣର ଶିକାର ହେଉଛନ୍ତି ତାହା ଏହି ନାଟକର ବିଷୟ ବସ୍ତୁ ଥିଲା ।
ଅନ୍ତିମ ଦିବସର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ସ୍ୱାଇଁ ଓ ସମ୍ମାନିତ ଅତିଥି ଭାବେ ସମବାୟ ବିଭାଗର ଅତିରିକ୍ତ ସଚିବ ଭରତ ଚନ୍ଦ୍ର ବେହେରା, ସୂଚନା ଲୋକ ସଂପର୍କ ବିଭାଗର ଯୁଗ୍ମ ସଚିବ ମନୋଜ ମହାନ୍ତି ଯୋଗ ଦେଇ ଥିଲେ ଏବଂ ପ୍ରତିଷ୍ଠିତ ଅଭିନେତା ରଂଜିତ ପଟ୍ଟନାୟକ, ତେଲେଗୁ ଚଳଚ୍ଚିତ୍ର ଅଭିନେତା ତଥା ବିଶାଖାପାଟଣା ଷ୍ଟିଲ ପ୍ଳାଂଟର ମହାପ୍ରବନ୍ଧକ ରାଜେନ୍ଦ୍ର କୁମାର ସାହୁ, ବିଶିଷ୍ଟ କଳାକାର ଅନ୍ତର୍ଯ୍ୟାମୀ ପଣ୍ଡା (ପୁଂଟୁ ନନା)ଙ୍କୁ ଚଳିତ ବର୍ଷର ‘ସମ୍ପର୍କ ସମ୍ମାନ-୨୦୧୮’ ପ୍ରଦାନ କରା ଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରତିଯୋଗିତାରେ ଭାଗ ନେଇଥିବା ନାଟକ ଦଳ ଓ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା । କାର୍ଯ୍ୟକ୍ରମକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ରାଉରକେଲା ଷ୍ଟିଲ ପ୍ଳାଂଟ ସହାୟତା ଯୋଗାଇ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS