ପୁସ୍ତକ “ନଦୀର ନାଁ ଖରସ୍ରୋତା” ଉନ୍ମୋଚିତ
ରାଉରକେଲା, ୦୨ ଏପ୍ରିଲ (ମୋ ଅନୁଭବ): ସ୍ଥାନୀୟ କଲଚୁରାଲ ଏକାଡେମୀ ପରିସରରେ ଓଡିଆ ଭାଷା ବିକାଶ ମଂଚ ରାଉରକେଲା ତରଫରୁ ବିଶିଷ୍ଟ ଗାଳ୍ପିକ ବିଷ୍ଣୁ ଚରଣ ମହାନ୍ତିଙ୍କ ଗଳ୍ପ ପୁସ୍ତକ “ନଦୀର ନାଁ ଖରସ୍ରୋତା” ଉନ୍ମୋଚିତ ହୋଇଛି । ବଳରାମ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାମ୍ୟବାଦୀ ଲେଖକ ବିଷ୍ଣୁ ଚରଣ ରାଉତରାୟ ଯୋଗ ଦେଇଥିବା ବେଳେ ଡ. ପ୍ରଭାତ ମଲ୍ଲିକ ପୁସ୍ତକର ସମୀକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ କବି ଅଶୋକ ରାଉତ ଓ ଓଡିଆ ଭାଷା ବିକାଶ ମଂଚର ଆବାହାକ ଆର୍ତତ୍ରାଣ ମହାପାତ୍ର ସଂଯୋଜନା କରିଥିଲେ । ଏହି ଅବସରରେ ରାଉରକେଲାର ବହୁ ପ୍ରତିଷ୍ଠିତ ଲେଖକ, ବୁଦ୍ଧିଜିବୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS