ସାରନା ପୀଠରେ ପ୍ରସିଦ୍ଧ ‘ସାରହୁଲ’ ମହୋତ୍ସବ ଅନୁଷ୍ଠିତ
ରାଉରକେଲା, ୦୨ ଏପ୍ରିଲ (ମୋ ଅନୁଭବ): ପଶ୍ଚିମ ଓଡିଶାର ଅନନ୍ୟ ଆଦିବାସୀ ଗଣପର୍ବ ‘ସାରହୁଲ’ ରାଉରକେଲା ମୁନିସପାଲିଟି କଲେଜ ନିକଟ ‘ସାରନା’ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଝାଡଖଂଡ, ପଶ୍ଚିମବଙ୍ଗ, ଛତିଶିଗଡ଼ ସମେତ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜର ବହୁ ଆଦିବାସୀ ଏହି ଗଣପର୍ବରେ ସାମିଲ ହୋଇ କାର୍ଯ୍ୟକ୍ରମରେ ଭାଗ ନେଇ ଥଲେ । ଆଦିବାସୀ ପରମ୍ପରା ଅନୁଯାୟୀ ଆଦିବାସୀ ମହିଳାମାନେ ପ୍ରାତଃରୁ ନଦୀରୁ ଜଳ ଆଣି ପ୍ରକୃତି ଦେବୀ ମା’ ସାରନାଙ୍କୁୁ ପୂଜା କରିଥିଲେ । ପରେ, ନାଲି ଓ ଧଳା ରଙ୍ଗର ଧଡି ଥିବା ଶାଢ଼ୀ ପିନ୍ଧି ଜଙ୍ଗଲରୁ ବସନ୍ତର ପତ୍ରଝଡା ପରେ ଫୁଟିଥିବା ଫୁଲକୁ ମଥାରେ ଖୋସି ଯାତା୍ର ସ୍ଥଳକୁ ଆସି ମା’ଙ୍କ ଉଦେ୍ଦଶ୍ୟରେ ବର୍ଷର ପ୍ରଥମ ଫଳକୁ ଅର୍ପଣ କରିଥିଲେ । ପରମ୍ପରା ଅନୁଯାୟୀ ଆଦିବାସୀ ମହିଳାମାନେ ମୁଂଡରେ କଳସ ଧରି ଶୋଭାଯାତ୍ରାରେ ଧାରଣା ସ୍ଥଳକୁ ଆସିବା ପରେ ମୂଖ୍ୟ ପୂଜକ (ପାହାନ) ଜଗତର କଲ୍ୟାଣ ଲାଗି ସାରନା ମା’ଙ୍କୁ ସେହି ଜଳ ଅର୍ପଣ କରିଥିÿଲେ । ଏହି ଅବସରରେ ଧାର୍ମିକ ଝଂଡାକୁ ସାରନା ପୀଠରେ ପୋତାଯିବା ପରେ ମହିଳାମାନେ ପ୍ରଥମ ଧାନରେ ତିଆରି ପିଠା ମା’ଙ୍କୁ ଅର୍ପଣ କରିବା ଦେଖିବାକୁ ମଳି ଥିଲା । ଏହି ଅବସରରେ ବିଭିନ୍ନ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁମାନେ ବିଭିନ୍ନ ପ୍ରକାର ଆଦିବାସୀ ନୃତ୍ୟ ପରିବେଷଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏଥିରେ ଯୋଗ ଦେଇ ସାରନା ପୂଜା ସ୍ଥଳରେ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS