କୃଷ୍ଣସାର ମୃଗ ହତ୍ୟା ମାମଲାରେ ବଲିଉଡ୍ ଷ୍ଟାର୍ ସଲମନ୍ ଖାନ୍ ଙ୍କୁ ୫ ବର୍ଷ ଜେଲ୍
ମୁମ୍ବାଇ,୦୫ ଏପ୍ରିଲ: ୧୯୯୮ ମସିହାରେ ରାଜସ୍ଥାନର ଯୋଧପୁର ନିକଟସ୍ଥ କଂକଣି ଗ୍ରାମ ଜଙ୍ଗଲରେ ଦୁଇଟି କୃଷ୍ଣସାର ମୃଗଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବଲିଉଡ୍ ସୁପରଷ୍ଟାର୍ ସଲମନ୍ ଖାନ୍ ଆଜି (ଗୁରୁବାର) ଯୋଧପୁରର ଏକ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ତାଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ୯/୫୧ଧାରାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ବଲିଉଡ୍ ତାରକା ସୈଫ୍ ଅଲ୍ଲୀ ଖାନ୍, ତବ୍ବୁ, ନୀଲମ କୋଠାରୀ ଓ ସୋନାଲି ବେନ୍ଦ୍ରେ ସହ-ଅଭିଯୁକ୍ତ ଥିଲେ । ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ୯/୫୧ ଓ ୫୨ ଧାରା ସହ ଆଇପିସିର ୧୪୯ ଦଫା (ବେଆଇନ ଭାବେ ଏକତ୍ରିତ ହେବା) ଅଭିଯୋଗରେ ମାମଲା ଚାଲି ଥିଲା । ତେବେ, ସଲମାନ୍ ଙ୍କୁ କୋର୍ଟ ଦଣ୍ଡିତ କରି ଥିବା ବେଳେ ଅନ୍ୟ ସମସ୍ତ ସହ-ଅଭିଯୁକ୍ତଙ୍କୁ ଖଲାସ କରି ଦେଇଛନ୍ତି । ବନ୍ୟଜନ୍ତୁ ସଂରକ୍ଷଣ ଆଇନର ୯/୫୧ଧାରାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୧ ବର୍ଷ ଓ ସର୍ବାଧିକ ୬ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଛି ।
କୋର୍ଟ ରାୟ ଶୁଣି ସଲମାନ୍ କାନ୍ଦି ପକାଇ ଥିଲେ । ସେଠାକାର ସେସନ୍ସ କୋର୍ଟରେ ସଲମନ୍ ଙ୍କ ଜାମିନ ଆବେଦନ ହୋଇଛି । ଏହି ଆବେଦନ ଉପରେ ଶୁକ୍ରବର ଶୁଣାଣୀ ହେବାକୁ ଧାର୍ଯ୍ୟ ହୋଇ ଥିବାରୁ ସଲମାନ୍ ଙ୍କୁ ଅନ୍ତତଃ ଗୁରୁବାର ରାତି ଯୋଧପୁର ଜେଲରେ କାଟିବାକୁ ପଡିବ । କଂକଣି ଗ୍ରାମରେ କୃଷ୍ଣସାର ମୃଗଙ୍କ ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ ତୁଲାଉ ଥିବା ବିଷ୍ଣୋଇ ସଭା ଏହି ମାମଲାରେ ସହ-ଅଭିଯୁକ୍ତ ଥିବା ଅନ୍ୟ ତାରକା ମାନଙ୍କୁ କୋର୍ଟ ଖଲାସ କରି ଦେଇ ଥିବାରୁ ଯୁବ୍ଧ । ସହ-ଅଭିଯୁକ୍ତମାନଙ୍କୁ ଖଲାସ କରା ଯିବା ରାୟ ବିରୋଧରେ ବିଷ୍ଣୋଇ ସଭା ଅପିଲରେ ଯିବାକୁ ନିଷ୍ପତ୍ତି ନେଇଛି । ୧୯୯୮ ଅକ୍ଟୋବର ୧-୨ ତାରିଖ ମଧ୍ୟରାତ୍ରରେ ସଲମାନ୍ ଓ ଅନ୍ୟ ଅଭିଯୁକ୍ତମାନେ ସଂଗଠିତ ଭାବେ ଯୋଧପୁର ନିକଟସ୍ଥ କଂକଣି ଗ୍ରାମର ‘ଭଗୋଡା କି ଧନି’ ଜଙ୍ଗଲରେ ଦୁଇଟି କୃଷ୍ଣସାର ମୃଗଙ୍କୁ ଶିକାର କରିଥିବା ନେଇ କୋର୍ଟରେ ମାମଲା ଚାଲି ଥିଲା । ଘଟଣା ସମୟରେ ସଲମନ୍ ଖାନ୍ ଓ ଅନ୍ୟ ସହ-ଅଭିଯୁକ୍ତମାନେ ବଲିଉଡ୍ ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈ’ର ସୁଟିଂ ପାଇଁ ସେଠାରେ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS