ବ୍ରହ୍ମପୁରରେ ନୂଆ ୱେବ୍ ଚ୍ୟାନେଲ୍ ‘ଓବି ନ୍ୟୁଜ୍’ ଉଦ୍ଘାଟିତ
ବ୍ରହ୍ମପୁର,୦୯ ଏପ୍ରିଲ: ରେଶମ ନଗର ବ୍ରହ୍ମପୁରରୁ ନୂଆ କରି ଆରମ୍ଭ ହୋଇଥିବା ୱେବ୍ ଚ୍ୟାନେଲ୍ ‘ଓବି ନ୍ୟୁଜ୍’ ରବିବାର ( ୮ ତାରିଖ) ପୂର୍ବାହ୍ନରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି । ସ୍ଥାନୀୟ ଟାଉନ ହଲ୍ ଠାରେ ଅନୁଷ୍ଠିତ ଉତ୍ସବରେ ନ୍ୟୁଜ୍ ଚ୍ୟାନେଲର ପରିଚାଳନା ନିଦେ୍ର୍ଦଶିକା ଶୀମତୀ ଉଷାରାଣୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ସିପିଏମ୍ ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ବିଜେପିର ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ବ୍ରହ୍ମପୁର ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟାନାୟକ, ବ୍ରହ୍ମପୁର ଆକାଶବାଣୀର ପରିଚାଳନା ମୁଖ୍ୟ ହୃଷିକେଶ ପାଣିଗ୍ରାହୀ, ଭୁବନେଶ୍ୱରରୁ ପରିଚାଳିତ ହେଉଥିବା ନ୍ୟୁଜ୍ ପୋର୍ଟାଲ ‘ମୋଅନୁଭବ,କମ୍’ର ମୁଖ୍ୟ ସଂପାଦକ ପି.ପ୍ରସାଦ ରାଓ, ବ୍ରହ୍ମପୁର ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ଆକାଶବାଣୀର ବରିଷ୍ଠ ସାମ୍ବାଦିକ ଜ୍ୟୋତିରଂଜନ ଦାଶ ଯୋଗ ଦେଇ ଥିବା ବେଳେ ସାମ୍ବାଦିକ ତଥା କଳାକାର ସୁଦୀପ ସାହୁ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ । ନୂତନ ୱେବ୍ ଚ୍ୟାନେଲର ଅନ୍ୟତମ ମୁଖ୍ୟ ଶ୍ରମତୀ ଆରତୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ । ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ଶାର ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଏହି ଡ଼ବ୍ଲୁ ଡ଼ବ୍ଲୁ ଡ଼ବ୍ଲୁ.ଓଡ଼ିଶା ବ୍ରଡକାଷ୍ଟ୍.କମ୍ ର ସଂପାଦନା ମୁଖ୍ୟ ଅଛନ୍ତି । ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଓଟିଭିର ଅବିଭକ୍ତ ଗଂଜାମ ଜିଲ୍ଲା ପ୍ରତିନିଧି ଭାବେ ବ୍ରହ୍ମପୁରରୁ ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ଭଳି ଜଣେ ଦକ୍ଷ ଓ ଅଭିଜ୍ଞ ଯୁବକ ଏଭଳି ଏକ ଉଦ୍ୟମ ଆରମ୍ଭ କରି ଥିବାରୁ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ ଯୋଗାଇ ଦେବା ଉଚିତ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ପାତ୍ରଙ୍କ ସମେତ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ । ଉଦ୍ଘାଟନ ଉତ୍ସବରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ, ବ୍ରହ୍ମପୁର ସହରରେ କାର୍ଯ୍ୟରତ ସାମ୍ବାଦିକ ଓ ବହୁ ସଂଖ୍ୟରେ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ‘ମୋଅନୁଭବ.କମ୍’ ମୁଖ୍ୟ ସଂପାଦକ ପ୍ରସାଦ ରାଓ ବର୍ତମାନ ମିଡ଼ିଆ ଜଗତରେ ରହିଥିବା ସଂକଟ ଏବଂ ଡ଼ିଜିଟାଲ ଆନେ୍ଦାଳନରେ ଇଂଟରନେଟ୍ ଜର୍ଣ୍ଣାଲିଜିମ୍ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରି ଏହାର ପ୍ରସାର ଏବଂ ସ୍ଥାୟିତ୍ୱ ପାଇଁ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ନୂତନ ଭାବେ ଆରମ୍ଭ ହୋଇ ଥିବା ‘ଓବି ନ୍ୟୁଜ୍’ ସଂପାଦନା ମୁଖ୍ୟ ପ୍ରକାଶ ପଟ୍ଟନାୟକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଏହି ୱେବ୍ ଚ୍ୟାନେଲ ଆରମ୍ଭ କରିବା ଉଦେ୍ଦଶ୍ୟ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS