ବିବାହକୁ ନେଇ ପାଟି ଖୋଲିଲେ ରଣବୀର


ବଲିଉଡ୍ର ଦୁଇଟି ସୁପର୍ଷ୍ଟାର୍ ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବିବାହକୁ ନେଇ ବିଭିନ୍ନ ମହଲରେ ଜୋରସୋର୍ ଚର୍ଚ୍ଚା ଚାଲିଛି । ଦୁହିଁଙ୍କ ବିବାହ ଚଳିତ ବର୍ଷ ସେପ୍ଟେମ୍ବର୍ରୁ ଡିସେମ୍ବର ମଧ୍ୟରେ ହେବ ବୋଲି ସୂଚନା ମିଳିଛି। ବିବାହ ହିନ୍ଦୁ ରିତିରେ ହେବ ଏବଂ ଏହି ବିବାହ ନିମନ୍ତେ ‘ଡେଷ୍ଟିନେସନ୍ ୱେଡିଙ୍ଗ୍’ର ସ୍ଥାନ ଖୋଜା ଚାଲିଛି । ଦୀପିକା ଏଥିପାଇଁ ସପିଂ ବି ଆରମ୍ଭ କଲେଣି ।
ରଣବୀର ମଧ୍ୟ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନିକଟରେ ଏକ ମନୋରଂଜନ ଧର୍ମୀ ସାଇଟ୍କୁ ସାକ୍ଷାତକାର ଦେଇ ବିବାହ ହେବାକୁ ଯାଉଥିବା ସ୍ୱୀକାର କରିଛନ୍ତି । ତେବେ, ଏତେଶୀଘ୍ର ବିବାହ ହେଉ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ରଣବୀରଙ୍କ କହିବା ଅନୁଯାୟୀ, ସେମାନେ ନିଜ ନିଜ କାର୍ଯ୍ୟ ନେଇ ବ୍ୟସ୍ତ । ଦୀପିକା ନିଜ ବ୍ୟାକ୍ପେନ୍କୁ ନେଇ ବି ଚିନ୍ତିତ । “ଦୀପିକା ମୋ ଜୀବନରେ ବହୁତ ସ୍ପେଶାଲ । ଭବିଷ୍ୟତରେ ବିବାହ ତାରିଖ ସଂପର୍କରେ କିଛି ନିଷ୍ପତ୍ତି ହେଲେ ମୁଁ ନିଜେ ଛାତ ଉପରେ ଠିଆ ହୋଇ ବଡ ପାଟିରେ ତାହା ଜଣାଇବି” । ରଣବୀରଙ୍କ କହିବା ଅନୁଯାୟୀ, ବାଜିରାଓ ମସ୍ତାନୀ, ରାମ୍ ଲୀଲା ଓ ପଦ୍ମାବତର କୋ-ଷ୍ଟାର୍ ଦୀପିକା ତାଙ୍କୁ ଜଣେ ଉତ୍ତମ ବ୍ୟକ୍ତି ହେବାରେ ସାହାଯ୍ୟ କରିଛନ୍ତି । ଦୀପିକା ଯଦି ତାଙ୍କ ଜୀବନରେ ଆସିବେ ସେ ବହୁତ ଖୁସି ହେବେ।
ସୂଚନା ଅନୁଯାୟୀ, ‘ପଦ୍ମାବତ’ ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ଦୀପିକାଙ୍କ ପିତା ରଣବୀରଙ୍କ ପିତା-ମାତାଙ୍କ ସହ ସାକ୍ଷାତ କରି ଥିଲେ । ଏହି ସମୟରେ ଦୁଇ ପରିବାର ମଧ୍ୟରେ ଉପହାର ଦିଆ ନିଆ ହୋଇଥିଲା । ରଣବୀରଙ୍କ ମାଆ ଦୀପିକାଙ୍କୁ ଗହଣା ଏବଂ ଶାଢ଼ୀ ଦେଇ ଥିଲେ । ଦୀପିକାଙ୍କ ଅଭିନୟ ବିଷୟରେ ରଣବୀରଙ୍କୁ ପଚରା ଯିବାରୁ ସେ କହିଲେ, ଦୀପିକା ଜଣେ ଉଚ୍ଚକୋଟୀର ଅଭିନେତ୍ରୀ । ତାଙ୍କ ଠାରୁ ସେ ବହୁତ କିଛି ଶିଖିଛନ୍ତି । ସେ ଭିତରୁ ଆଉ ବାହାରୁ ବହୁତ ସୁନ୍ଦର, ଶାନ୍ତ ଏବଂ କର୍ମ ବାବଦରେ ସର୍ବଦା ନିଷ୍ଠାପର ।
ଦୁହେଁ ପ୍ରାୟ ଅଧିକାଂଶ ସମୟରେ ବିଭିନ୍ନ ପାର୍ଟିରେଏକାଠି ଦେଖିବାକୁ ମିଳୁଥିଲେ । କିନ୍ତୁ, ପରସ୍ପର ମଧ୍ୟରେ ପ୍ରେମ ସଂପର୍କକୁ କେବେ ସ୍ୱୀକାର କରୁ ନ ଥିଲେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS