ପତ୍ନୀ ପ୍ରେମରେ ଗଢ଼ିଲେ ମନ୍ଦିର


ନିଜ ବେଗମ ମମତାଜ୍ଙ୍କ ସ୍ମୃତିରେ ଶାହାଜାହାନ ତାଜମହଲ ଗଢ଼ିଥିଲେ । ବର୍ତମାନ ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ । ତେବେ, ସାହାଜାହାନଙ୍କ ଭଳି ପତ୍ନୀ ପ୍ରେମୀ ଦୁନିଆରେ ଆହୁରି ମଧ୍ୟ ଅଛନ୍ତି ବୋଲି ପ୍ରମାଣ ଦେଇଛନ୍ତି କର୍ଣ୍ଣାଟକର ୟେଲୁନ୍ଦୁର ଜିଲ୍ଲା କୃଷ୍ଣପୁର ଗ୍ରାମରେ ବାସ କରୁଥିବା ଚାଷୀ ରାଜୁସ୍ୱାମୀ । ରାଜୁ ତାଙ୍କ ପତ୍ନୀଙ୍କ ପ୍ରେମ ସନ୍ତକ ଭାବେ ଗଢ଼ିଛନ୍ତି ଗୋଟିଏ ମନ୍ଦିର । ଏହି ମନ୍ଦିରରେ ତାଙ୍କ ପତ୍ନୀଙ୍କ ମୂର୍ତୀ ହିଁ ପୂଜା ପାଉଛି । ଗତ ୧୨ ବର୍ଷ ହେଲା ରାଜୁ ଏହି ମନ୍ଦିରକୁ ଆସନ୍ତି ଦୈନିକ ପୂଜା କରିବା ପାଇଁ । ରାଜୁସ୍ୱାମୀଙ୍କ ପତ୍ନୀ କେତେକ ବିଷେଶ ଶକ୍ତିର ଅଧିକାରୀ ଥିଲେ । ସେ ଯାହା ଭବିଷ୍ୟବାଣୀ କରୁଥିଲେ ତାହା ସତ ହେଉଥିଲା । ସେମାନେ ଯେଉଁ ଗ୍ରାମରେ ରହୁଥିଲେ ସେଠାରେ ଗୋଟିଏ ମନ୍ଦିର ତିଆରି କରିବା ସ୍ୱପ୍ନ ଥିଲା । ୨୦୦୬ରେ ମନ୍ଦିର ତିଆରି କାର୍ଯ୍ୟ ଆରମ୍ଭ ହେବା ସମୟରେ ହିଁ ରାଜୁଙ୍କ ପତ୍ନୀ ନିଜ ମୃତ୍ୟୁ ଭବିଷ୍ୟବାଣୀ କରି ଥିଲେ ଏବଂ ତାଙ୍କ ମୃତ୍ୟୁ ଘଟି ଥିଲା । ତେଣୁ, ପତ୍ନୀଙ୍କ ସ୍ମୃତିରେ ରାଜୁ ମନ୍ଦିରରେ ତାଙ୍କ ପ୍ରତିମୂର୍ତୀ ସ୍ଥାପନ କରି ପୂଜା କରୁଛନ୍ତି । ବର୍ତମାନ ଏହା ରାଜୁ ଏବଂ ତାଙ୍କ ପତ୍ନୀଙ୍କ ଅମର ପ୍ରେମର ସନ୍ତକ ଭାବେ ଲୋକଙ୍କ ନିକଟରେ ପରିଚିତ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS