କେମୋ ଥେରାପି ବିନା କ୍ୟାନସର୍ ଉପଚାର
କର୍କଟ ରୋଗ ଉପଚାରର ସବୁଠାରୁ କଠିନ ବାଟ ହେଲା କେମୋ ଥେରାପି । ଏହି ସମୟରେ ହିଁ ବହୁ ରୋଗୀଙ୍କ ସାହାସ ଭାଙ୍ଗିଯାଏ ଜୀବନକୁ ନେଇ । ତେଣୁ, କେମୋ ଥେରାପି ଏବଂ ଅତ୍ୟଧିକ ଔଷଧ ବ୍ୟବହାର ବିନା କରାଯାଇ ପାରିବ କ୍ୟାନ୍ସର୍ ବା କର୍କଟ ରୋଗର ଉପଚାର । ନିକଟରେ ବୈଜ୍ଞାନିକମାନେ ଏହା କହିଛନ୍ତି ।
ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାସ୍ଥିତ କ୍ଲେଭ୍ଲ୍ୟାଣ୍ଡ୍ କ୍ଲିନିକ୍ର ବୈଜ୍ଞାନିକମାନେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଗତ ୭ ବର୍ଷ ହେଲା ଗବେଷଣା କରି ଖୋଜି ବାହାର କରିଛନ୍ତି ଏହାର ଉପାୟ । ଏହି ପରୀକ୍ଷଣ ଟିମ୍ରେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟର ଜୈବ ରସାୟନ ବିଜ୍ଞାନ ବିଭାଗର ଜଣେ ଡାକ୍ଟର ମଧ୍ୟ ରହିଛନ୍ତି । ତାଙ୍କ ମତରେ କ୍ୟାନ୍ସର୍ ରୋଗ ଦ୍ୱାରା ଶରୀରରେ ଟ୍ୟୁମର୍ ଗଢ଼ି ଉଠେ, ଯାହାକୁ କେମୋ ଥେରାପି ଏବଂ ହାଇପାୱାର୍ ଔଷଧ ଦ୍ୱାରା ନଷ୍ଟ କରାଯାଇ ଥାଏ । କିନ୍ତୁ ଏହାଦ୍ୱାରା କ୍ୟାନସର୍ ସେଲ୍ ସହିତ ଅନ୍ୟାନ୍ୟ ସାଧାରଣ ସେଲ୍ଗୁଡିକ ମଧ୍ୟ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥାଏ । ମାଇକ୍ରୋ ଆର୍ଏନ୍ଏ ଅର୍ଥାତ୍ ଏମ୍ଆଇଆର୍-୨୧ ସାଧାରଣ ସେଲ୍କୁ ନଷ୍ଟ କରିଦିଏ କିନ୍ତୁ ଏହା କ୍ୟାନ୍ସର୍ ସେଲ୍କୁ ଅତ୍ୟଧିକ ପ୍ରଭାବଶାଳୀ କରିଦିଏ । ଏମ୍ଆଇଆର୍-୨୧କୁ ପ୍ରଭାବହୀନ କରିବା ପାଇଁ ଆଂଟିସେନ୍ସ୍ ଇଞ୍ଜେକ୍ସନ୍ ଦେଲେ ଶରୀରରେ ଗଢି ଉଠିଥିବା ଟ୍ୟୁମର୍ ଧିରେ ଧିରେ ଛୋଟ ହୋଇଯିବା ଏହା ପରୀକ୍ଷଣ ସମୟରେ ଜାଣିବାକୁ ମିଳିଥିବା ବୈଜ୍ଞାନିକମାନେ କହିଛନ୍ତି । ମୂଷା ଉପରେ ଉକ୍ତ ପରୀକ୍ଷଣ କରାଯାଇ ସଫଳତା ମିଳିଛି । କିନ୍ତୁ ମନୁଷ୍ୟ ଉପରେ ଏହାର ପ୍ରୟୋଗ କରିବାକୁ ଆହୁରି ୧୦ ବର୍ଷ ଲାଗିବ ବୋଲି ସେମାନେ କହିଛନ୍ତିି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS