ଆମ୍ବେଦକର ବିଚାର:କୃଷିକ୍ଷେତ୍ର,ଉଦ୍ୟୋଗୀକରଣ ଓ ଜାତିବାଦ
-ଶିବ ପ୍ରସାଦ ଦାସ-
ଭାରତୀୟ ସମ୍ବିଧାନର ରଚୟତା ଭୀମରାଓ ଆମ୍ବେଦକର ଓ ଦଳିତ ବିଚାରକୁ ହିଁ ବାସ୍ତବରେ ଆମ୍ବେଦକରବାଦ ଓ ଆମ୍ବେଦକର ବିଚାର କୁହାଯାଏ । ସ୍ୱାଧିନତା ଆନେ୍ଦାଳନ ଓ ପରବର୍ତୀ ସମୟରେ ଦଳିତହିତ ସାଧନ ଲାଗି ଆମ୍ବେଦକର ଯେଉଁ ପଦକ୍ଷେପ ନେଇଥିଲେ ତାହା ସମସ୍ତଙ୍କର ଚିର ସ୍ମରଣୀୟ । ଭାରତୀୟ ସମ୍ବିଧାନକୁ ଆମ୍ବେଦକର ହିଁ ଏକୁଟିଆ ରଚନା କରିଥିଲେ । ଏହି ରଚନା କାଳରେ ବିଭିନ୍ନ ଗୋଷ୍ଠି, ଜାତି, ଧର୍ମର ଲୋକଙ୍କ ହିତ ସାଧାନ ଲାଗି କଣ କରାଯାଇ ପାରିବ ସେ ସମ୍ପର୍କରେ ଅନେକ ବିଚାର ପରେ ସେ ଏହି ସମ୍ବିଧାନକୁ ଶେଷରୂପ ପ୍ରଦାନ କରିଥିଲେ । ସମ୍ବିଧାନ ରଚନା ସମୟରେ ଭାରତ ଓ ସମଗ୍ର ବିଶ୍ୱର ଭିନ୍ନ ଭିନ୍ନ ବର୍ଗର ଜନସାଧାରଣଙ୍କ ଇତିହାସକୁ ସେ ଅନୁଶୀଳନ କରିବା ସହ ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କ ହିତ ସାଧନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ । ସେଥି ସହ ସମାଜରେ ଥିବା ଖରାପ ବ୍ୟବସ୍ଥାର କିପରି ମୂଳତ୍ପାଟନ ହେବ ସେଥି ପ୍ରତି ମଧ୍ୟ ଗୁରୁତ୍ୱ ଦେଇଥିଲେ । ସେ ବିଶ୍ୱାସ କରୁଥିଲେଯେ ସହରୀକରଣ ଓ କୃଷି କ୍ଷେତ୍ରର ସଂସ୍କାର ଦ୍ୱାରା ଜାତିବାଦର ବିଲୋପ ସମ୍ଭବପର ।
ଜାତିବାଦର ବିଲୋପ ଲାଗି ସହରୀକରଣ ଉପରେ ଗୁରୁତ୍ୱାରୋପ
ସେ ବିଶ୍ୱାସ କରୁଥିଲେ ସହରୀକରଣ ଓ ଔଦ୍ୟୋଗିକ ବିକାଶ ଦ୍ୱାରା ଜାତିବାଦର ବିଲୋପ ସମ୍ଭବ । ଏଣୁ ସେ ତତ୍କାଳୀନ ବିଶ୍ୱରେ ନବ୍ୟବିକାଶଧାରାରେ ପାଦଦେଇଥିବା ଆମେରିକାର ଶାସନ ବ୍ୟବସ୍ଥା ଓ ସହରୀକରଣ ବ୍ୟବସ୍ଥାକୁ ପସନ୍ଦ କରିଥିଲେ । ସହରୀକରଣ ଓ ଔଦ୍ୟୋଗିକକରଣ ଦ୍ୱାରା ବହୁମାତ୍ରାରେ ଗ୍ରାମାଂଚଳରେ ବସବାସ କରୁଥିବା, ବିଶେଷକରି ଭୂମିହୀନ ଶ୍ରମିକ ଓ ଗ୍ରାମ୍ୟ ବ୍ୟବସ୍ଥାରେ ସେବାକାରୀ ଭାବେ କାର୍ଯ୍ୟ କରୁଥିବା ପରିବାରମାନେ ସହରାଭିମୂଖ୍ୟ ହେବା ଦ୍ୱାରା ଗ୍ରାମାଂଚଳରେ ଦଳିତ କୁହାଯାଉଥିବା ବ୍ୟକ୍ତିମାନଙ୍କ ଶ୍ରମଚାହିଦାର ବୃଦ୍ଧିହେବା ସହ ସହରରେ ଶିଳ୍ପ କଳକାରଖାନରେ କାର୍ଯ୍ୟକରୁଥିବା ଶ୍ରମିକମାନେ ଜନ୍ମଗତ ଜାତି ବ୍ୟବସ୍ଥାର ବିଲୋପ ସମ୍ଭବ ହୋଇପାରିବ । ଅପରପକ୍ଷେ ସେ ମାର୍କସବାଦ ଓ ସମାଜବାଦକୁ ବିରୋଧ କରିବା ସହ ହିନ୍ଦୁ ଧର୍ମରେ ଚାଲିଥିବା ବ୍ରହ୍ମଣବାଦର ଘୋର ବିରୋଧି ଥିଲେ । ସେ ବିଶ୍ୱାସ କରୁଥିଲେ ଯେ ସହରାଭିମୂଖୀ ହେବା ଦ୍ୱାରା ଓ ଶିଳ୍ପକରଣ ଦ୍ୱାରା ବ୍ରାହ୍ମଣବାଦର ମଧ୍ୟ ବିଲୋପ ସମ୍ଭବପର ।
କୃଷି ବ୍ୟବସ୍ଥାରେ ଉନ୍ନତି ଓ ଜାତିବାଦର ବିଲୋପ ଉପରେ ଗୁରୁତ୍ୱାରୋପ
ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ରଚନା କରିଥବା ପୁସ୍ତକ “ସ୍ମଲ ହୋଲଡିଂ ଇନ୍ ଇଂଡିଆ ଆଂଡ ଇଟସ୍ ରେମେଡିସ୍” ରେ କୃଷିକୁ ଏକ ଉଦ୍ୟୋଗ ବୋଲି ଉଲ୍ଲେଖ କରିଥିଲେ । ସେ ବୃହତ କୃଷିକ୍ଷେତ୍ର, ଉତ୍ତମ ବିହନ ଓ କୃଷିକ୍ଷେତ୍ରର ଆଧୁନିକିକରଣ ଉପରେ ଗରୁତ୍ୱ ଦେବା ସହ ତାଙ୍କ ଅନୁଶୀଳନରୁ ଲେଖି ଥିଲେ ଯେ ଛୋଟ ଛୋଟ କୃଷିକ୍ଷେତ୍ରରେ କୃଷକମାନେ ପିଢ଼ି ପରେ ପିଢ଼ି କୃଷିକାର୍ଯ୍ୟ କରିବା ସହ ସେହି ଅଭାବ ଓ ଦ÷ନ୍ୟତାରେ ହିଁ କାଳାତିପାତ କରୁଛନ୍ତି । ଯଦି ଆମେରିକା ପରି ଭାରତରେ ମଧ୍ୟ ଭୂସଂସ୍କାର ଅଣାଯାଇ ପାରିବ ତାହେଲେ ନିଶ୍ଚିତ ଭାବେ କୃଷକମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସି ପାରିବ, ଯାହା ଜାତିଗତ ବୈଷମ୍ୟତାକୁ ଦୂର କରିପାରିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS