ଦେଶରେ ନଗଦ ଟଙ୍କାର ଅଭାବ, ବିମୁଦ୍ରକରଣ ପରିସ୍ଥିତି ମନେ ପଡୁଛି
ନୂଆଦିଲ୍ଲୀ,୧୭ ଏପ୍ରିଲ: : ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟ ଯଥା – ଉତ୍ତର ପ୍ରଦେଶ, ଗୁଜୁରାଟ, ବିହାର, ମଧ୍ୟପ୍ରଦେଶ ପ୍ରଭୃତି ଆଠଟି ରାଜ୍ୟରେ ନଗଦ ଟଙ୍କାର ଅଭାବ ଦେଖା ଦେଇଛି । ଉଭୟ ବ୍ୟାଙ୍କ ଓ ଏଟିଏମ ଗୁଡିକରେ ନଗଦ ଟଙ୍କା ନ ଥିବା ଦେଖିବାକୁ ମିଳିଛି । ଏସଂପର୍କରେ କେନ୍ଦ୍ର ସରକାର ଲୋକଙ୍କୁ ବିଚଳିତ ନ ହେବା ଲାଗି ପରାମର୍ଶ ଦେବା ସହ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏହି ସଙ୍କଟର ସମାଧାନ ହୋଇ ଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଳ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, କିଛି ରାଜ୍ୟରେ ଅଧିକ ନଗଦ ଟଙ୍କା ଥିବା ବେଳେ କିଛି ରାଜ୍ୟରେ ଟଙ୍କାର ପରିମାଣ ଯଥେଷ୍ଟ କମି ଯାଇଛି । ଏନେଇ ସମସ୍ତ ରାଜ୍ୟକୁ ନେଇ କମିଟି ଗଠନ କରାଯାଇଛି । ରାଜ୍ୟ ରାଜ୍ୟ ଭିତରେ ଆରବିଆଇର ବିନା ଅନୁମତିରେ ଟଙ୍କା ଅଦଳ ବଦଳ ସମ୍ଭବ ନ ଥିବାରୁ ଖୁବ୍ ଶୀଘ୍ର ଏହି କମିଟି ଜରିଆରେ ଏହାର ସମାଧାନ କରାଯିବାକୁ ପ୍ରୟାସ ଜାରି ରହିଛି । ଅନ୍ୟପକ୍ଷରେ, ଏନେଇ ବିଭିନ୍ନ ରାଜ୍ୟ ସରକାର ଓ ବିଶିଷ୍ଟ ବ୍ୟକ୍ତିମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାକୁ ଏକ ଷଡଯନ୍ତ୍ର ବୋଲି ଅଭିହିତ କରିବା ସହ ହଠାତ୍ ବ୍ୟାଙ୍କ ମାନଙ୍କରୁ ୨୦୦୦ ଟଙ୍କିଆ ନୋଟ୍ ଗାଏବ ହୋଇ ଯିବା ନେଇ ସନେ୍ଦହ ପ୍ରକଟ କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ସମସ୍ତ ଜିଲ୍ଲା ମୁଖ୍ୟମାନଙ୍କ ଜରୁରୀ ବୈଠକରେ ଏହି ସଙ୍କଟର କିପରି ସାମନା କରି ହେବ ସେନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଗୁଜୁରାଟ ସରକାରଙ୍କ ଅର୍ଥ ମନ୍ତ୍ରୀ ନୀତିନ ପଟେଲ ପୂର୍ବରୁ ଆରବିଆଇର ଆଂଚଳିକ ଅଫିସରେ ରାଜ୍ୟ ଗୁଡିକୁ ଅଧିକ ନଗଦ ଟଙ୍କା ପ୍ରଦାନ କରିବା ଲାଗି ପରାମର୍ଶ ଦେଇଥିବା କଥା କହିଛନ୍ତି । ସେପରି ଆରଏସଏସ ପ୍ରମୁଖ ମୋହନ ଭାଗବତ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳର ଯେତେ ବିକାଶ ହେଲେ ମଧ୍ୟ ଆମ ସମାଜ ବ୍ୟବସ୍ଥାରେ ସଂପୂର୍ଣ୍ଣ ‘କ୍ୟାସ୍ଲେସ୍’ ଯୋଜନା ସମ୍ଭବ ହେବ ନାହିଁ । ତେଣୁ, ଆମକୁ ‘ଲେସ୍କ୍ୟାସ୍’ ବ୍ୟବସ୍ଥା ଆପଣେଇବାକୁ ପଡିବ ।
କ୍ୟାସ୍ ଅଭାବ ଜନିତ କାରଣରୁ ବିଭିନ୍ନ ରାଜ୍ୟର ଲୋକମାନେ ପୁଣିଥରେ ବିମୁଦ୍ରାୟନ ସମୟର ପରିସ୍ଥିତିକୁ ମନେ ପକାଉ ଥିବା ଦେଖିବାକୁ ମିଳୁଛି । ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରତାପ ଏହାକୁ ଏନ୍ ଡିଏ ସରକାରର ଏକ ବଡ ଦୁର୍ନୀତି ବୋଲି ଅଭିହିତ କରିବା ସହ ଏହାର ତଦନ୍ତ ଦାବୀ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS