ପୁଲିସ କନେଷ୍ଟବଳଙ୍କୁ କାହିଁକି କ୍ଷମା ମାଗିବ ନାହିଁ, କେଜରିୱାଲଙ୍କୁ ନ୍ୟାୟାଳୟର ପ୍ରଶ୍ନ
ନୂଆଦିଲ୍ଲୀ,୧୭ ଏପ୍ରିଲ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏକ ମାମଲାର ବିଚାର କରି ଦିଲ୍ଲୀ ଉଚ୍ଚତମ ନ୍ୟାୟାଳୟର ନ୍ୟାୟାଧିଶ ଅନୁ ମାଲହୋତ୍ରା ପ୍ରଶ୍ନ କରିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଯଦି କ୍ଷମା ପ୍ରାର୍ଥନା କରି ତାଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲା ପ୍ରତ୍ୟାହାର କରାଇ ପାରୁଛନ୍ତି ତେବେ ଜଣେ ପୁଲିସ କନେଷ୍ଟବଳଙ୍କୁ ଅପଶବ୍ଦ ପ୍ରୟୋଗ କରିବା ମାମଲାରେ କନେଷ୍ଟବଳଙ୍କୁ କ୍ଷମା ପ୍ରର୍ଥନା କରି ମାମଲାର ସମାଧାନ କାହିଁକି କରୁ ନାହାନ୍ତି?
ସୂଚନାଯୋଗ୍ୟ, ପୁଲିସ ପ୍ରତି ମୁଖ୍ୟମନ୍ତ୍ରୀ କେଜରିୱାଲ ‘ଠୁଲ୍ଳା’ ଶବ୍ଦ ପ୍ରୟୋଗ କରିବାରୁ ପୁଲିସ କର୍ମଚାରୀମାନେ କ୍ଷୁବ୍ଧ ହେବା ସହ ଏହା ସେମାନଙ୍କ ପ୍ରତି ଏକ ବିଦୃପ ବୋଲି ଅଭିଯୋଗ କରି ପୁଲିସ କନେଷ୍ଟବଳ ସଂଘ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବିରୋଧରେ ଦିଲ୍ଲୀ ଉଚ୍ଚତମ ନ୍ୟୟାଳୟରେ ଏକ ମାନହାନୀ ମକଦ୍ଦମା ଦାଏର କରିଥିଲେ । ମାମଲା ଏବେ ବିଚାରାଧିନ ରହିଛି । ମେ’ ୨୯ ତାରିଖରେ ହେବାକୁ ଥିବା ମାମଲାର ପରବର୍ତୀ ଶୁଣାଣୀ ସମୟରେ ଏହାର ଉତ୍ତର ନ୍ୟାୟାଳୟ ସମ୍ମୁଖରେ ରଖିବେ ବୋଲି କେଜରିୱାଲଙ୍କ ଓକିଲ ନ୍ୟାୟାଳୟକୁ ଜଣାଇଛନ୍ତି ।
ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ କଂଗ୍ରେସ ନେତା କପିଳ ସିବ୍ବଲଙ୍କ ପୁଅ, ଅକାଳୀ ଦଳ ନେତା ବିକ୍ରମ ମଜିଠିଆ ଓ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ମାନହାନୀ ମାମଲାରେ କ୍ଷମା ପ୍ରାର୍ଥନା କରି ଦେଶବ୍ୟାପୀ ଚହଳ ପକାଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS