ପୁରୀ ଶ୍ରୀମନ୍ଦିର କଥା : ମା’ ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗି ହେଲା ନୂଆ ସୁନା କିରିଟୀ
ପୁରୀ, ୨୦ ଏପ୍ରିଲ (ସ୍ମିତାଲି ସ୍ମୃତି ସ୍ନିଗ୍ଧା): ଅଖି ତୃତୀୟାରେ ପୁରୀ ଶ୍ରୀ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗି ହୋଇଛି ନୂଆ ସୁନାର ମୁକୁଟ । ଏହାର ଓଜନ ୭୫୫ ଗ୍ରାମ ଏବଂ ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା । ମା’ଙ୍କ ସୁନା ମୁକୁଟ ଦୁର୍ବଳ ହୋଇ ଯାଇ ଥିବା ଭାଦ୍ରବ ମାସରେ ଜଣାପଡିବା ପରେ ମା’ଙ୍କ ମୁଣ୍ଡରୁ ତାହା କାଢି ନିଆ ଗଲା । ମାର୍ଗଶୀର ମାସରେ ମା’ ମହାଲକ୍ଷ୍ମୀ ମୁକୁଟ ବିହୀନ ପୂଜା ପାଉଥିବା ଜଣାପଡିବାରୁ ଭକ୍ତ ମହଲରେ ତୀବ୍ର ଅଶାନ୍ତି ଦେଖା ଦେଇଥିଲା । ପରେ, ମୁକୁଟ ସଜଡା ହୋଇ ମା’ଙ୍କ ମୁଣ୍ଡରେ ଲାଗିଲା । ପବିତ୍ର ଅକ୍ଷୟ ତୃତୀୟାରେ ମା’ ମହାଲକ୍ଷ୍ମୀଙ୍କ ମସ୍ତକରେ ଏହି ନୂଆ ସୁନା କିରିଟୀ ଲାଗି ହୋଇଛି । ଏଥିରେ ନାଲି, ଧଳା ଓ ସବୁଜ ରଂଗର ତିନିଟି ରତ୍ନ ପଥର ଖଂଜା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଏହି ମୁକୁଟ ତିଆରି କରାଇ ଥିବା କହୁଥିବା ବେଳେ କେହି ଜଣେ ଭକ୍ତ ଏହାକୁ ଦାନ ଆକାରରେ ଦେଇଥିବା ଚର୍ଚ୍ଚା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS