ଓଡିଆ ଭାଷା ବିକାଶ ମଂଚ ତରଫରୁ ଲେନିନ୍ ଜୟନ୍ତୀ ଓ ପୁସ୍ତକ ଉନ୍ମୋଚନ
ରାଉରକେଲା (ମୋ ଅନୁଭବ) : ରାଉରକେଲାର ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ଓଡିଆ ଭାଷା ବିକାଶ ମଂଚ ତରଫରୁ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଲେନିନ୍ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ କମ୍ୟୁନିଷ୍ଟବାଦର ଆଦ୍ୟ ପ୍ରବର୍ତକ ଲେନିନଙ୍କ ଫଟୋଚିତ୍ରରେ ସଂଗଠନ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ଆଦର୍ଶ ସଂପର୍କରେ ଆଲୋଚନା କରାଯାଇଥିଲା । ଦ୍ୱିତୀୟାର୍ଧରେ ଅନୁଷ୍ଠାନର ସାଧାରଣ ସଂପାଦକ ଆର୍ତତ୍ରାଣ ମହାପାତ୍ର ଓଡିଆ ଭାଷା ବିକାଶ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସହରର ପ୍ରଖ୍ୟାତ କବିୟତ୍ରୀ ନମିତା ପାଇକରାୟଙ୍କ ଦୁଇଟି କବିତା ସଂକଳନ ଯଥା “ବସ୍ତି” ଓ “ଶବ୍ଦର ଡଙ୍ଗା” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ସମୀକ୍ଷକ ଭାବେ ଯୋଗ ଦେଇ ରାଉରକେଲାର ଜନଜୀବନ ସହ “ବସ୍ତି” କବିତା ସଂକଳନ ସଂପର୍କର ଅବତାରଣା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କବିବର ପରିଡା ଯୋଗ ଦେଇ ସାଂପ୍ରତିକ ସାହିତ୍ୟର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିବା ବେଳେ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ପତି ସଭାପତିତ୍ୱ କରିଥିଲେ । କବି ଅଶୋକ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ୧୨ ଜଣ ବଶିଷ୍ଟ ବ୍ୟକ୍ତିି କବିୟତ୍ରୀ ନମିତା ପାଇକରାୟଙ୍କ କବିତା ସଂକଳନର ସଂଗୃହିତ ଶ୍ରେଷ୍ଠ କବିତାକୁ ପାଠ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS