ସ୍ୱସ୍ତି ଝଙ୍କାର ତରଫରୁ ଜାତୀୟ ନାଟକ ମହୋତ୍ସବ ଉଦ୍ଘାଟିତ
ରାଉରକେଲା (ମୋ ଅନୁଭବ) ରାଉରକେଲାର ଅଗ୍ରଣୀ ସାମଜିକ ସଂଗଠନ ସ୍ୱସ୍ତି ଝଙ୍କାର ତରଫରୁ ଛଅ ଦିନିଆ ଜାତୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଅଂଜନା ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆରଏସପିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପି କେ ପ୍ରଧାନ ଓ ନିରୋଦ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଉରକେଲାର ସାହିତ୍ୟ ଓ ସାସ୍କୃତିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଅବସରପ୍ରାପ୍ତ ଉପ ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳ ଅନୁଷ୍ଠାନର ସାଧାରଣ ସଂପାଦକ ରାଜୀବ ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଥମ ଦିବସରେ ଭୁବନେଶ୍ୱରର ନାଟ୍ୟ ସଂସ୍ଥା ‘ମନନ’ ପକ୍ଷରୁ ନାଟ୍ୟକାର ଡ. ସୁଧାଂଶୁ ନାୟକଙ୍କ ରଚିତ ଓ ମନୋଜ ପଟ୍ଟନାୟକଙ୍କ ନିଦେ୍ର୍ଦଶିତ ନାଟକ ‘ପାଷାଂଡ ପାଳଭୂତ’ ପରିବେଶଣ ହୋଇଛି । ଜଣେ ବାଳିକା ଗଣ ଧର୍ଷଣର ଶିକାର ହେବା ପରେ କିପରି ଭାବେ ଗଣମାଧ୍ୟମ, ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ପରି ଗଣତନ୍ତ୍ରର ଚାରି ସ୍ତମ୍ଭର ପ୍ରତିନିଧିମାନଙ୍କ ଦ୍ୱାରା ପ୍ରତାରିତା ହୋଇଛି ଏବଂ ଶେଷରେ ଧର୍ଷିତା ଓ ତାର ପରିବାର ନିର୍ଯ୍ୟାତନାର ଶିକାର ହୋଇ ଆତ୍ମହତ୍ୟା ପରି ପଦକ୍ଷେପ ନେବାକୁ ନିଷ୍ପତି ନେଇଛନ୍ତି ତାହା ଏହି ନାଟକରେ ଜୀବନ୍ତ ଭାବେ ଚିତ୍ରଣ କରାଯାଇଥିଲା । ନାଟ୍ୟକାର ଗଣତନ୍ତ୍ରର ଚାରି ସ୍ତମ୍ଭର ପ୍ରତିନିଧି ସ୍ୱରୂପ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ କିପରି ପାଳଭୂତ ପରି ବିବେକହୀନ ଓ ସ୍ପନ୍ଦନହୀନ ହୋଇ ପଡିଛନ୍ତି, ତାହା ନାଟକ ମାଧ୍ୟମରେ ଦର୍ଶାଇଛନ୍ତି । ଏହି ଜାତୀୟ ନାଟକ ମହୋସôବର ବିଭିନ୍ନ ଦିବସରେ କ୍ରମାଗତ ଭାବେ ଢ଼େଙ୍କାନାଳର ନାଟ୍ୟସଂସ୍ଥା ‘ଚାର୍ଲିଚାପଲିନ କ୍ଳବ’, ରାଉରକେଲାର ନାଟ୍ୟ ସଂସ୍ଥା ‘ରଂଗମଂଚ’, ସମ୍ବଲପୁରର ‘ଶ୍ରୀକଲଚରାଲ ଆସୋସିଏସନ୍’ ଓ ‘କଖଗ’ଓ ରାଉରକେଲାର ‘କଳାକାର ଏକତାମଂଚ’ର ନାଟ୍ୟ ଦଳମାନେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS