ୟୁଥ୍ ଟାଲେଂଟ ଫେଷ୍ଟିଭାଲ-୨୦୧୮ ଉଦ୍ଘାଟିତ
ରାଉରକେଲା (ମେ ଅନୁଭବ): ରାଉରକେଲାର କମ୍ୟୁନିଟି ୱେଲଫେୟାର ସୋସାଇଟି ତରଫରୁ ୟୁଥ୍ ଟାଲେଂଟ ଫେଷ୍ଟିଭାଲ-୨୦୧୮ ସେଂଟ ଜୋସେଫ କନଭେଂଟ ସ୍କୁଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲାର ଡେପୁଟି ସୁପରିଟେଂଡ ଅଫ୍ ପୋଲିସ୍ ଶ୍ରୀ ଜେମସ ସାମାଦ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଫେଷ୍ଟବଲକୁ ଉଦ୍ଘାଟନ କରିଥିଲେ । ରାଷ୍ଟ୍ର ନିର୍ମାଣରେ ଯୁବ ବର୍ଗର ଭୂମିକା ସଂପର୍କରେ ସେ ଆଲୋଚନା କରିବା ସହ ଧର୍ମୀୟ ବିଚାରଧାରାରୁ ଉର୍ଦ୍ଧରେ ରହି କାର୍ଯ୍ୟ କରିବାକୁ ସେ ଯୁବ ସମାଜକୁ ପରାମର୍ଶ ଦେଇଥିଲେ । ବସ୍ତିମାନଙ୍କରେ ଶାନ୍ତି ଶୃଙ୍ଖଳା ସହ ଏକ ସୁନ୍ଦର ସମାଜ ଗଠନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସେଂଟ ଅର୍ନଲଡ କନଭେଂଟ ସ୍କୁଲର ଅଧ୍ୟକ୍ଷ ଫାଦର ଫ୍ରାନସିସ୍ ଓ ବରିଷ୍ଠ ସମାଜସେବୀ ରାଜେଶ ଗୋଶାଇ ଯୋଗ ଦେଇ ବିଭିନ୍ନ ବସ୍ତି ଅଂଚଳରୁ ଆସିଥିବା ଯୁବକ ଯୁବତୀଙ୍କୁ ପ୍ରୋତ୍ସାହିତ କରିଥିଲେ । ସିଡ଼ବ୍ଲୁଏସର ଅଧ୍ୟକ୍ଷ ଫାଦର ବେନିଚେନ କେ ପିଟର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ଦେଇ ଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ୩୦ଟି ଡ୍ୟାନସ୍ ଗୃପ୍ ସମେତ ବହୁ ଯୁବକ, ଯୁବତୀ ନୃତ୍ୟ, ସଂଗୀତ, ଚିତ୍ରକଳା, ପ୍ରବନ୍ଧ ରଚନା କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ପାରଦର୍ଶିତା ଓ ନୈପୁଣ୍ୟତାର ପାରାକାଷ୍ଠା ଦେଖାଇ ଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ଯଥା ଚିତ୍ରାଙ୍କନରେ କରିନା କେରକେଟା, ପୁର୍ଣ୍ଣିମା ସରକାର, ନାନକୁ ବଡାଇକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସଂଗୀତରେ ନନ୍ଦିତା ମିଶ୍ର, ରଶ୍ମିତା ବାରିକ, ବନ୍ଦିତା ମିଶ୍ର, ପ୍ରବନ୍ଧରେ ସଂଗୀତା କୁମାରୀ, ପୁର୍ଣିର୍ମା ସରକାର, ସୁସ୍ମିତା ଓରାମ, ନୃତ୍ୟରେ କୀର୍ତି ଡ୍ୟାନସ୍ ଗୃପ୍ , ଜାମଟୋଲୀ ଗର୍ଲସ, ମେଘନା ଡ୍ୟାନସ ଗୃପ, ରେମିକ୍ସରେ ଟିମ ୱାନ ସ୍କ୍ୱାର୍ଡ, ଏଫହିସି, ଟି-୩ ଡ୍ୟାନସ୍ ଗୃପ୍ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ କୋରିଅଗ୍ରାଫର ଦିଲେଶ୍ୱର ଟେସା, ସୁମିତ ରାଜପୁତ, ବିବେକ ଅନନ୍ଦ, ସିଷ୍ଟର ପ୍ରମିଳା ଟପୋ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ୟୁଥ କୋଡିନେଟର ପ୍ରଫୁଳ୍ଲ କୁମାର ଲାକ୍ରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସିଷ୍ଟର କୁସୁମ, ନୀଳକମଲ, ବ୍ରଦର ଆଜିସ୍, କୋଡିନେଟର ଶିବ ପ୍ରସାଦ ଦାସ ପ୍ରମୁଖ ପରିଚାଳନା କରିଥିଲେ । ୟୁଥ ଆନିମେଟର କାଜଲ ଶର୍ମା, ଜେବା ଖାତୁନ, ଚନ୍ଦ୍ରକାନ୍ତି ଭୋଇ, ଆନିମେଟର ସୌଭାଗିନି ମହାନ୍ତି, ରୀନା ମହାନ୍ତି, ସୁଜାତା ସାମନ୍ତରାୟ, ବନିତା ଜେନା, ପାର୍ବତୀ ବଡାଇକ, ମଧୁସ୍ମିତା ବୈଠା, ସୁନିତା ଭଗତ, ରୀନା ମଂଡଳ, ରାଧା ଭୂୟାଁ, ସରିତା ନାୟକ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବସ୍ତିର ୧୦୦୦ ଉଦ୍ଧ୍ୱର୍ ଯୁବକ, ଯୁବତୀ ଭାଗ ନେଇଥିବା ବେଳେ ରାଉରକେଲା ସିଡ଼ବ୍ଲୁଏସର ୩୪ ଟି ୟୁଥ୍ କମିଟି ଶାନ୍ତି ଶୃଙ୍ଖଳା କାର୍ଯ୍ୟ ତଦାରଖ ସହ ବିଭିନ୍ନ କାର୍ଯ୍ୟ ପରିଚଳାନାରେ ସହଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS