ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳିତ
ରାଉରକେଲା (ମୋ ଅନୁଭବ):ରାଉରକେଲା ସେକ୍ଟର-୭ ପୂଜ୍ୟପୂଜା ସମିତି ତରଫରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେଓଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ଭଂଜ ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ଅଭୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ରାଜଜେମା କଲ୍ୟାଣୀ ଦେଓ ଓ ସମ୍ମାନିତ ଅତିଥି ଭାବେ ରାଉରକେଲା ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ଆରଏସପି କାର୍ଯ୍ୟ ନିବାହୀ ଅଧିକାରୀ ପ୍ରଭାତ କୁମାର ପ୍ରଧାନ, ସାହିତ୍ୟିକ ଅଜାମ୍ବର ମଲ୍ଳ , ପ୍ରଫେସର ହରିହର କାନୁନଗୋ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେଓ ଓ ନବ ଉକôଳର ସଂପର୍କରେ ସାରଗର୍ଭକ ଭାଷଣ ଦେବା ସହ ରାଉରକେଲା ଓ ଅବିଭକ୍ତ ଗଂଜାମ ଜିଲ୍ଲା ସଂପର୍କରେ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ଅଭିନନ୍ଦନିକା ଉନ୍ମୋଚିତ ହେବା ସହ ପ୍ରଫେସର ହରିହର କାନୁନଗୋଙ୍କୁ ଗଜପତି ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ନରାୟଣ ପ୍ରସାଦ ଦାସ, ବୈଦ୍ୟନାଥ ଦାସ, ବିକ୍ରମ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ଅଳକା ଚାନ୍ଦ, ନାରାୟଣ ପତି, ଚିତରଂଜନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା, ଆନନ୍ଦ ମହାନ୍ତି ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସତ୍ୟାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS