ଏସୀୟ ଚଂପିଅନ୍ସ ଟ୍ରଫି ହକି, ଓଡ଼ିଆ ଝିଅ ସୁନିତା ଲାକ୍ରା ଭାରତୀୟ ଦଳର ଅଧିନାୟିକା
ଭୁବନେଶ୍ୱର, ୦୪ ମେ’: ଚଳିତ ମାସ ୧୩ ତାରିଖରୁ କୋରିଆରେ ଖେଳା ଯିବାକୁ ଥିବା ଏସୀୟ ଚଂପିଅନ୍ସ ଟ୍ରଫି ହକିରେ ଓଡ଼ିଆ ଝିଅ ସୁନିତା ଲାକ୍ରା ଭାରତୀୟ ମହିଳା ହକି ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି । ନିକଟରେ ଘୋଷଣା ହୋଇଥିବା ୧୮ ଜଣିଆ ଭାରତୀୟ ମହିଳା ହକି ଦଳ ତାଲିକାରେ ୨୭ ବର୍ଷିୟା ସୁନିତାଙ୍କ ସହ ଓଡ଼ିଶାର ଆଉ ୪ ଜଣ ପ୍ରତିଷ୍ଠିତ ମହିଳା ହକି ଖେଳାଳୀ ଦୀପଗ୍ରେସ୍ ଏକ୍କା, ନମିତା ଟୋପ୍ପୋ, ଲିଲିମା ମିଂଜ୍ ଓ ଅନୁପା ବାର୍ଲା ମଧ୍ୟ ଅଛନ୍ତି । ଅଧିନାୟିକା ସୁନିତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ । ସେ ହେଉଛନ୍ତି ଭାରତୀୟ ମହିଳା ହକି ଦଳର ଜଣେ ଅଭିଜ୍ଞ ଡ଼ିଫେଣ୍ଡର୍ । ଏହି ଟୁର୍ନାମେଂଟରେ ରାଣୀ ରାମପାଲଙ୍କ ଅନୁପସ୍ଥିତିରେ ସୁନିତା ଭାରତୀୟ ମହିଳା ହକି ଦଳର ନେତୃତ୍ୱ ନେଉଥିବା ଜଣାପଡିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS